ଆସିକା,୨୬/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳୀ ପଚାଂୟତ କର୍ଣ୍ଣୋଳୀ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମ ଠାରେ ୪୪ ତମ ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ପ୍ରତିବର୍ଷ ଭଳି ଶ୍ରୀ ଶ୍ରୀ ଠାକୁର ଚରଣାଶ୍ରିତ କର୍ଣ୍ଣୋଳୀ ସାରସ୍ୱତ ସଂଘ ସେବୀ ବୃନ୍ଦ ଆନୁକୂଲ୍ୟରେ ପ୍ରତିବର୍ଷ କାର୍ତିକ ମାସ ଶୁକ୍ଲ ଚତୁର୍ଦ୍ଧଶୀରେ ଅନୁଷ୍ଠିତ ହୋଇଥିବା ବେଳେ ନିଗମାନନ୍ଦ ଆଶ୍ରମ ସଭାପତି ବିଶ୍ୱନାଥ ବିଷୋୟୀ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଏହି ଅବସରରେ ଆଜି ପ୍ରାତଃ ସକାଳେ ପୂଜାର୍ଚ୍ଚନା,ଆଳତୀ ଏବଂ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଶ୍ରମ ଠାରେ ପ୍ରାୟ ୪ ଶହରୁ ଉର୍ଦ୍ଧ ଆର୍ତକ୍ଲିଷ୍ଟ ରୁଗଣ ଦରିଦ୍ର ନାରାୟଣଙ୍କୁ ଫଳ ଓ ମିଷ୍ଟାନ,ଅନ୍ନ,ବସ୍ତ୍ର,କମ୍ବଳ ବଟଂନ କରାଯାଇଥିଲା । ସନାତନ ଧର୍ମର ପ୍ରଚାର, ସତଶିକ୍ଷାର ବିସ୍ତାର ଏବଂ ନାରାୟଣଙ୍କ ସେବା କରିବା ହେଉଛି ପରମ ଧର୍ମ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଖଣ୍ଡଦେଉଳି ସରପଚଂ ଆରତୀ ଦେବୀ ସ୍ୱାଇଁ, ସମିତିସଭ୍ୟା ଶାୟନ୍ତା ଦଳାଇ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ନଗର ବିଜେଡି ସଭାପତି ସତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦିନ ଦରିଦ୍ରଙ୍କୁ ଅନ୍ନ ବସ୍ତ୍ର ବଟଂନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ଜିତେନ୍ଦ୍ର କୁମାର ବିଷୋୟୀ, ଯୁବ ନେତା ପ୍ରଣବ କୁମାର ବିଷୋୟୀ, ୟୁଥ ବ୍ଲକ ସେକ୍ରେଟାରୀ ଅଶ୍ୱିନୀ କୁମାର ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।