55th Sports Festival organized in Aska Science College55th Sports Festival organized in Aska Science College

ଆସିକା,୨୫/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୫୫ ତମ କ୍ରୀଡା ଉତ୍ସବ ଉଦଯାପିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବାଧାନରେ ଦୁଇ ଦିନ ଧରି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ଓଡିଶା ଅଲିମ୍ପିକ ଆସୋସିଏସନ ଯୁଗ୍ମ ସମ୍ପାଦକ,ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ ସେକ୍ରେଟାରୀ ତଥା କ୍ରୀଡା ପରିଷଦ ଅଧ୍ୟକ୍ଷ ଡଃ. ଅଶୋକ କୁମାର ସାହୁ, ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରସନ୍ନ କୁମାର ପ୍ରଧାନ, ନୋଡାଲ ଅଧିକାରୀ ଡଃ.ବସନ୍ତ କୁମାର ଆଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଉଦଯାପତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରିଡା ପତାକା ଡାଉନ କରାଯାଇ କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନଙ୍କୁ ଅର୍ପଣ କରାଯାଇ ଥିଲା । କ୍ରୀଡା ସମିତି ଉପସଭାପତି ଚିତ୍ରସେନ ବେହେରା ଅତିଥିଙ୍କୁ ମଚଂସୀନ ପାଇଁ ନିମନ୍ତ୍ରଣ କରିଥିବା ବେଳେ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀ ସ୍ୱାଗତ ଭାଷଣ ରଖିଥିଲେ ।

ନୂଆ ଓଡିଶ, ନବୀନ ଓଡିଶା ଯୋଜନାର ନୋଡାଲ ଅଧିକାରୀ ତଥା କୋର୍ଡିନେଟର ଡଃ.ବସନ୍ତ କୁମାର ଆଚାରୀ ଓଡିଶା ସରାକାରଙ୍କ ସମନ୍ୱିତ ଯୁବ ଯୋଜନା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ପଠନ କରି ସମସ୍ତ ପ୍ରକାର ସହଯୋଗ ଓ ସହଭାଗିତାର ହାତ ବଢାବା ପାଇଁ ନିବେଦନ କରିଥିଲେ । ଜୀବନରେ ଖେଳର ମହତ୍ୱ ସମ୍ପର୍କୀତ ଅନେକ ଉପାଦେୟ କଥା ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ । କ୍ରୀଡା ହେଉଛି ଶିକ୍ଷା ଓ ଜୀବନର ଏକ ଅଭିଚ୍ଚେଦ ଅଙ୍ଗ । ଖେଳ ପ୍ରତି ଆଗ୍ରହ ଓ ଧ୍ୟାନ ଦେଇ ଖେଳିଲେ ରାଜ୍ୟ ତଥା ଦେଶ ଓ ବିଦେଶ ପର୍ଯ୍ୟନ୍ତ ପହଁଚି ପାରିବେ । ଏହା ସହିତ ମହାବିଦ୍ୟାଳୟରେ କ୍ରୀଡା ପ୍ରାଙ୍ଗଣକୁ କଲେଜ ପରିସରଭୁକ୍ତ କରିବା ସହ ଏକ ମିନି ଷ୍ଟାଡିୟମ କରିବା ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ପ୍ରଧାନ ସ୍ଥାନୀୟ ବିଧାୟିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ।

ଏହି କ୍ରୀଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କ୍ରୀଡା ଉତ୍ସବକୁ କ୍ରୀଡା ସଂସଦ ଉପସଭାପତି ଡଃ.ସ୍ମିତାରାଣୀ ପଣ୍ଡା ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ କ୍ରୀଡା ଅଧ୍ୟାପକ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କ୍ଷେତ୍ରରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡଃ.ଅଭୟ କେଶରୀ ପରିଛା ପଟ୍ଟନାୟକ, ଅଧ୍ୟାପକ ରାଜେଶ କୁମାର ସାହୁ, ସୁଧୀର କୁମାର ସାହୁ, ରାଜେନ୍ଦ୍ର ଗୈାଡ, ମଞ୍ଜୁ ଡାକୁଆ, ମିନତୀ ବେହେରା, ରେଶମା ପାତ୍ର, କୁନିକା ଦାଶ, ପବିତ୍ର ଧଙ୍ଗଡା ମାଝୀ, ବିଭୁ କଲ୍ୟାଣ ପଣ୍ଡା, ଭାନୁ ଚନ୍ଦ୍ର ରାଓ, ପୀଙ୍କୁ ବିଷୋୟୀ, ମାନସ ରଞ୍ଜନ ଗୈାଡ, ଡେମୋନଷ୍ଟ୍ରଟର ଧନଞ୍ଜୟ ମହାପାତ୍ର, ସନାତନ ପାଢୀ, ଡଃ.ଗଣେଶ୍ୱର ପ୍ରଧାନ, ମୁଖ୍ୟ କିରାଣୀ ବିଜୟ କୁମାର ନାୟକ, ମେକାନିକ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ୟୁଥ ରେଡକ୍ରସ ସ୍ୱେଚ୍ଚାସେବୀ ଆଶୁତୋଷ, ହୃଷିକେଶ, ସୟେଦ ଅମାନ, ଛାତ୍ର ସ୍ୱେଚ୍ଚାସେବୀ ଦିପକ, ସୁବ୍ରତ, ବିଶ୍ୱଜିତ, ଚନ୍ଦନ, ସନାତନ, ସମୀର, ସନ୍ଦିପ, ଆଶିଷ, ସ୍ୱୟଂସିଦ୍ଧ, ବଳରାମ, ଦେବାନନ୍ଦ, କିରଣ, ଜାଗର, ରୁଦ୍ର, ଦୁର୍ଗା, ଭଗବାନ, ରଞ୍ଜନ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି କ୍ରୀଡାବିତ ଓ ଖେଳାଳୀଙ୍କୁ ପରିଚାଳନାରେ ସହ ଯୋଗ କରିଥିଲେ ।