ଆସିକାରେ ଫାଇଲେରିଆ ନିରାକରଣ ଅଭିଯାନ

0 237

ଆସିକା,୧୨/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନତା ବାର୍ତା ପହଁଚାଇବା ଏବଂ ଏହି ଅଭିଯାନର ସଫଳ ରୁପାୟନ ଉଦ୍ଦେଶ୍ୟର ମହାବିଦ୍ୟାଳୟ ୟୁଥ ରେଡକ୍ରସ ଶାଖା ଓ ଏନଏସଏସ ୟୁନିଟର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡଃ.ସୁବ୍ରତ ସ୍ୱରୂପ ପଣ୍ଡା, ବହୁମୂଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ବାବୁଲା ନାୟକ, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚନ୍ଦନ କୁମାର ହୋତା, ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ଶାରଳା ଦଳାଇ, ସ୍ୱେଚ୍ଚାସେବୀ ମନୋଜ କୁମାର ମହାନ୍ତି, ସାଇ ହୋତା ପ୍ରମୁଖ ଯୋଗ ଦେଇଥିଲେ ।

ଫାଇଲେରିଆ ନିରାକରଣ ଓ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନକୁ ସାକାର କରିବା ପାଇଁ ଏହାର ଲକ୍ଷଣ ଓ ନିରାକରଣ ଉପରେ ଡଃ. ସୁବ୍ରତ ସ୍ୱରୁପ ପଣ୍ଡା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ଭଳି ମାରାତ୍ମକ ବ୍ୟାଧିର ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ନ ହୋଇ ଚିକିତ୍ସା ବିନା ରହିଥାନ୍ତି । ସେମାନଙ୍କୁ ଖୋଜି ବାହର କରି ଚିକିତ୍ସା ପ୍ରଦାନ କରିବା ଜରୁରୀ ବୋଲି ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଫାଇଲେରିଆର ସମସ୍ତ ଔଷଧ ଡି.ଇ.ସି ଅଲବେଣ୍ଡାଜଲ ଓ ଆଇଭରମେକ୍ସିନ ବଟିକାର ଉପକାରିତା ଓ ସେବନ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ନିଜ ନିଜର ଉଚ୍ଚତା ଅନୁଯାୟୀ କିପରୀ ସେବନ କରିବେ, ତାର ମଧ୍ୟ ନମୁନା ପ୍ରଦାନ କରାଯାଇଥିଲା ।

ଫାଇଲେରିଆ କୀଟାଣୁ ଶରୀରରେ ପ୍ରବେଶ କରିଲେ ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣ ମାନ ଦେଖାଇ ଥାଏ । ଏହାରୀ ପ୍ରଭାବରେ ଜ୍ୱର ଆସିବା, ଦେହ ହାତ ଘୋଳାବିନ୍ଧା ହେବା,ଚର୍ମରେ ଲାଲ ଦାଗ ପଡିବା, ରକ୍ତ ସ୍ରାବ ହେବା, ପର୍ଯ୍ୟାୟକ୍ରମେ ଗୋଡ ଫୁଲିବା, ଗୋଦର ଗୋଡ ହେବା ଲକ୍ଷଣ ଦେଖା ଦେଇଥାଏ ।
ଛାତ୍ରଛାତ୍ରୀ ମାନେ ଦେଶର ଆଗାମୀ ପିଢୀ ହୋଇଥିବାରୁ ଫାଇଲେରିଆ କିଟାଣୁ ନଷ୍ଟ କରିବା ପାଇଁ ସାମୂହିକ ଔଷଧ ସେବନ କରିବା ପାଇଁ କାର୍ଯ୍ୟକ୍ରମରେ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୩୨୩ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ସାମୂହିକ ଔଷଧ ସେବନ କରିଥିଲେ ।

ଏହି ଶିବିରେ ୟୁଥ ରେଡକ୍ରସ ଉପଦେଷ୍ଟା ରାଜେଶ କୁମାର ସାହୁ, ଅଜିତ କୁମାର ମୁନୀ, ଜାତୀୟ ସେବା ଯୋଜନା ସଂସ୍ଥା ଅଧିକାରୀ ପବିତ୍ର ଧଙ୍ଗଡମାଝି,ଚନ୍ଦନ ମାରାଣି ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.