57th Foundation Day is celebrated in Aska Science College57th Foundation Day is celebrated in Aska Science College

ଆସିକା,୧୨/୭ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଓଡିଶାର ସୁନାମଧନ୍ୟ ନାଟ୍ୟ ଲେଖକ ତଥା ନାଟ୍ୟ ନିର୍ଦ୍ଧେଶକ, ସାହିତ୍ୟକ ଅବସରପ୍ରାପ୍ତ ପ୍ରଫେସର ମେଜର ରମାରମଣ ପାଢୀ, ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ମହାବିଦ୍ୟାଳୟ ସହ-ପ୍ରଶାସାନ୍ଖଳ ଅଧିକାରୀ ଡଃ.ଅଭୟ କେଶରୀ ପରିଚ୍ଚା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରଶ୍ମିପ୍ରିୟା କାଲୋ ଅତିଥିଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରି ମଞ୍ଚ ନିକଟକୁ ନିମନ୍ତ୍ରଣ କରିଥିଲେ । ଏହାପରେ ଅତିଥିଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ସହ ଚତୁର୍ଦ୍ଧାମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ମନ୍ତ୍ରପାଠ ଧ୍ୱନୀରେ ବେଦ ପାଠ ଉଚ୍ଚାରଣ କରିଥିଲେ । ମୋ ଓଡିଶା ପ୍ରାରମ୍ଭିକ ସଙ୍ଗୀତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ.ଶସ୍ମିତା ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଜୀବନରେ ଧୈର୍ଯ୍ୟହରା ନ ହୋଇ ଘାତ ଓ ପ୍ରତିଘାତକୁ ସାମନା କରିବାକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହା ସହିତ ମହାବିଦ୍ୟାଳୟର ଗଠନ ମୂଳକ କାର୍ଯ୍ୟରେ ସହ ଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେ୍‌ହି ଭଳି ମୁଖ୍ୟବକ୍ତା ମେଜର ରମାରମଣ ପାଢୀ ଇତିହାସର ଗୈାରବ ଗାଥା ସହ ପୂଣ୍ୟ ଶ୍ଲୋକ ଜନନାୟକ ହରିହର ଦାଶ, ଡଃ.ଦ୍ୱିତିକୃଷ୍ଣ ପଣ୍ଡାଙ୍କ ଅବଦାନ, ମହାବିଦ୍ୟାଳୟ ପ୍ରତିଷ୍ଠାରେ କିପରି ଆଖୁଚାଷୀଙ୍କ ଏକ ଟଙ୍କା ଲେଖାଏଁ ଅନୁଦାନରେ ସ୍ଥାପିତ ହୋଇପାରିଥିଲା ତାହାର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟ ପଠନୀୟ ପରିବେଶରେ ଏବଂ ପରିକ୍ଷା କ୍ଷେତ୍ରରେ କିପରି ନିରପେକ୍ଷତା ଅବଲମ୍ବନ କରିଥାଏ ତାହାର ମଧ୍ୟ କିଚିଂତ ଆଭାସ ପ୍ରତିପାଦନ କରିଥିଲେ । ସମ୍ମାନୀୟ ଅତିଥି ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ କଲେଜର ଲବ୍ଧପ୍ରତିଷ୍ଠିତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପୂର୍ବ ଗୈାରବକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ଏହି ଉତ୍ସବରେ ମହାବିଦ୍ୟାଳୟ ସ୍ତରରେ ଶୀର୍ଷସ୍ଥାନ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୀର୍ଷ ସ୍ତରରେ ଥିବା ୨୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ବକ୍ତାଙ୍କ କରକମଳରେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରାଜେଶ କୁମାର ସାହୁ, ଡଃ.ଅଜିତ କୁମାର ମୁନୀ, ପବିତ୍ର ଧଙ୍ଗଡା ମାଝୀ, ଅଧ୍ୟାପିକା ଶେଇଲ କୁମାରୀ ଝା, ଲାଇବ୍ରେରିୟାନ ପିଙ୍କୁ ବିଷୋୟୀ ସାଙ୍ଗକୁ ମହାବିଦ୍ୟାଳୟ ସମସ୍ତ ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହଯୋଗ ଏବଂ ସଦିଚ୍ଚାରେ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ସୂଚାରୁ ରୁପେ ସମ୍ପାଦିତ ହୋଇଥିଲା । ଶେଷରେ ପ୍ରସାଶନିକ ଅଧିକାରୀ ଡଃ.ଅଭୟ କେଶରୀ ପରିଚ୍ଚା ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।