Devbhumi Grampanchayat Nodal High School organized 76th NCC DayDevbhumi Grampanchayat Nodal High School organized 76th NCC Day

ଆସିକା,୨୪/୧୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲରେ ଆଜି ୭୬ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ.ସି.ସି) ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ଅଧ୍ୟକ୍ଷତାରେ ଦିବସ ପାଳନ ହୋଇଥିବା ବେଳେ ଏନ.ସି.ସି ଆର୍ମୀ ୱିଙ୍ଗ ସେକେଣ୍ଡ ଅଫିସର ଅନୁପ କୁମାର ନାୟକ କାର୍ଯ୍ୟକ୍ରମକ ପରିଚାଳନା କରିଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ କ୍ୟାଡେଟ ଅଂଶ ଗ୍ରହଣ କରିଥିବା ବେଳେ ଜୁନିୟର ୱିଙ୍ଗ ୧୫ ଜଣ ଏବଂ ଜୁନିୟର ଡିଭିଜନରେ ୩୫ ଜଣ କ୍ୟାଡେଟ ଯୋଗ ଦେଇଥିଲେ । ଦେବଭୂମି ପଞ୍ଚାୟତ ସରପଞ୍ଚ ଅଶାନ୍ତି ବେହେରା ଏନ.ସି.ସି ପତାକା ଉତୋଳନ କରିଥିବା ବେଳେ ଅତିଥି ଭାବେ ପ୍ରଧାନ ଶିକ୍ଷକ ଲବ ସେଠି, ପୂର୍ବତନ ଜିଲ୍ଲାପରିଷଦ ଗୈାରହରି ବେହେରା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ମୁନୀ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଚାଂନନ ସ।।ହୁ, ପୂର୍ଣ୍ଣଚନ୍ଦ୍ର ଗୈାଡ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଏନ.ସି.ସି ଆର୍ମୀ ୱିଙ୍ଗ ଅଫିସର ଅନୁପ କୁମାର ନାୟକ ସମର ଶିକ୍ଷାର୍ଥୀ ବାହିନୀଙ୍କୁ ଅଭିବାଦନ ଜଚ୍ଚାଇବା ସାଙ୍ଗୁ ଏନ.ସି.ସିର ମହତ୍ୱ କଣ ରହିଛି ସେନେଇ ସବୁ ୟୁଥ ଏହାକୁ ଜାଣିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ଏନ.ସି.ସିରେ ଶୃଙ୍ଖଳାର ମହତ୍ୱ, ୟୁନିଟ ଏବଂ ଡାଇଭସରସିଟି ହେଉଛି ଏକ ବହୁତ ବଡ ଉଦ୍ଧେଶ୍ୟ । ଏଠାରେ ୟୁନିଟକୁ କିପରି ବଜାୟ ରଖିବା ସେନେଇ ଆଲୋଚନା କରାଯାଇଥିଲା । ଏନ.ସି.ସିକୁ ଜୟନ କରିବା କ୍ୟାଡେଟ ମାନେ ନିଜକୁ ଦେଶ ସେବା ଏବଂ ଲୋକଙ୍କ ସେବା କ୍ଷେତ୍ରରେ ନିୟୋଜିତ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି । ବର୍ଷକୁ ଥରେ ଏହି ଦିବସ ପାଳନ ହେଉଥିବାରୁ ସମସ୍ତ କ୍ୟାଡେଟ ନିଜକୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରିଥାନ୍ତି ।

ଏହି ଅବସରରେ ସମସ୍ତ କ୍ୟାଡେଟ ରିପୋଟିଙ୍ଗ କରିବା ପରେ ଜାତୀୟ ସଙ୍ଗୀତ ଗାନ ଏବଂ ଏନ.ସି.ସି ପତାକା ଧ୍ୱଜା ଉତୋଳନ କରାଯାଇଥିଲା । ଏହାପରେ ମାର୍ଚିଙ୍ଗ ପରେ ପ୍ୟାରେଡ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଶପଥ ପାଠ କରାଯାଇଥିଲା । ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ହାସଲ କରିଥିବା କ୍ୟାଡେଟଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହିଏ କାର୍ଯ୍ୟକ୍ରମରେ ସମର ଶିକ୍ଷାର୍ଥୀ ବାହିନୀ ବିଭିନ୍ନ ପ୍ରକାର ଯୁଦ୍ଧକୈାଶଳ ପ୍ରଦର୍ଶନ କରିଥିଲେ । ଶତାଧିକ କ୍ୟାଡେଟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଦେବଭୂମି ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲର କ୍ରୀଡା ଶିକ୍ଷକ ଉଦୟ କୁମାର ମାଝି, ପୂର୍ବତନ ପାସଆଉଟ କ୍ୟାଡେଟ ଅମର ପ୍ରସାଦ ମୁନୀ, ସୁରଜ କୁମାର ବିଶ୍ୱାଳ, ସାଗର ବେହେରା, ଭିକି ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ସୁମିତ ସାହୁ, ବି.ଶ୍ରୀକାନ୍ତ ପାତ୍ର, ବି.ଶୁଭମ ପାତ୍ର, ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କମ୍ପାନୀ ସରଜେନ୍ତ ସାରଜେଣ୍ଟ ମେଜର ରାଜେଶ କୁମାର ପାତ୍ର ଏନ.ସି.ସି ଦିବସରେ ମାର୍ଚିଂ ଓ ପ୍ୟାରେଡକୁ ସଂଯୋଜନା କରିଥିଲେ ।

You missed