କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର : ଥୋମାସ ହୋବ୍ସ, ଜନ୍ ଲକ୍ ଓ ଜେ.ଜେ. ଋଷୋଙ୍କ ରାଜନୀତିକ ଦର୍ଶନ ଏକ ତାତ୍ୱିକ ଆଲୋଚନା

0 257

ଆସିକା,୮/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ହରିଶଙ୍କର ପାଣ୍ଡେଙ୍କ ପୈାରହିତ୍ୟରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିଭାଗୀୟ ମୁଖ୍ୟ ସିଲୁ ସେଠି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ “ଥୋମାସ୍ ହବସ୍ ଜନ ଲକ୍ ଓ ଋଷୋଙ୍କ ରାଜନୀତିକ ଦର୍ଶନଏକ ତାତ୍ୱିକ ଆଲୋଚନା” ରହିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସିଲୁ ସେଠି ଆଲୋଚନା ଚକ୍ର ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବେହେରା ଯୋଗ ଦେଇ ରାଜନୀତି ବିଜ୍ଞାନ ଦାର୍ଶନୀକ ମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରାଜନୀତି ଦର୍ଶନ କ୍ଷେତ୍ରରେ ବିଶାରଦ ମାନେ ପ୍ରାରମ୍ଭରେ ବିଭିନ୍ନ ତଥ୍ୟକୁ ନେଇ ଅନେକ ଗବେଷଣା କରି ଉତ୍ତମ ସମାଜ ଗଠନ ଦିଗରେ ପ୍ରୟୋଗ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟ ଅଧ୍ୟାପକ ଉଦ୍ଧିତ ନାରାୟଣ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଶିବାନୀ ବାଡତ୍ୟା ଓ ଅଭିସ୍ପା ନାହକ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ । ଏହି ଆଲୋଚନା ଚକ୍ରରେ ରାଜନୀତି ବିଜ୍ଞାନ ବିଭାଗର ତୃତୀୟ ବର୍ଷ ଛାତ୍ରୀ ଶିବାନୀ ବାଡତ୍ୟା, ଅଭିପ୍ସା ଖଟେଇ ଓ ସାଗର ମହାରଣା ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସାଙ୍ଗକୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଆଲୋଚନା ଚକ୍ରକୁ ପରିଚାଳନାରେ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଯାଜ୍ଞସିନୀ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.