ରାଜ୍ୟ ଜୁଡୋ ଚମ୍ପିୟାନସିଫ -୨୦୨୪ ପ୍ରତିଯୋଗିତା : ଗଞ୍ଜାମ ଜୁଡୋ ଆସୋସିଏସନ ଖେଳାଳୀଙ୍କ କୃତିତ୍ୱ

0 117

ଆସିକା,୧୦/୧୦(ଶୁଣାକଥା) ମନୋଜ କୁମାର ନାୟକ : ଖୋର୍ଦ୍ଧାର ବରୁଣେଇ ସ୍ଥିତ କେ.ଟି ଗ୍ଲୋବାଲ ବିଦ୍ୟାଳୟ ଠାରେ ରାଜ୍ୟ ଜୁଡୋ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ସାରା ରାଜ୍ୟରୁ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଗତ ୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଉପକନିଷ୍ଠ, କ୍ୟାଡେଟ, କନିଷ୍ଠ ଓ ବରିଷ୍ଠ ବର୍ଗର ଖେଳାଳୀ ମାନେି ପ୍ରତିଦ୍ୱନ୍ଦିତା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେ.ଟି ଗ୍ଲୋବାଲ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ପ୍ରକାଶ, କ୍ରୀଡା ପ୍ରଶାସକ ତଥା ଶିଳ୍ପପତି ଅସିତ ପ୍ରଧାନ, ଓଡିଶା ରାଜ୍ୟ ଜୁଡୋ ସଂଘ ସମ୍ପାଦକ ପି.ସି ମିଶ୍ର, ସି.ଇ.ଓ ଗିତାଞ୍ଜଳୀ ପଣ୍ଡା, କେ.ଟି ଗ୍ଲୋବାଲ ବିଦ୍ୟାଳୟର କ୍ରୀଡା ଅଧିକାରୀ ଜ୍ୟୋତି ପ୍ରକାଶ ନନ୍ଦ, ଓଡିଶା କ୍ରୀଡା ସାମ୍ବାଦିକ ସଂଘ ସମ୍ପାଦକ ସୁରେଶ କୁମାର ସ୍ୱାଇଁ, ଏବଂ ଜୁଡୋ ପ୍ରଶିକ୍ଷକ କୁନ୍ଦନ ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ ।

ଏହି ଉତ୍ସବରେ ଉପକନିଷ୍ଠ ବିଭାଗରେ ଗଞ୍ଜାମ ଜିଲ୍ଲା ୫ଟି ପଦକରେ କୃତିତ୍ୱ ହାସଲ କରିଥିବା ବେଳେ ୪୪ କିଲୋଗ୍ରାମ ବର୍ଗଦରେ ମନସ୍ୱିନୀ ସ୍ୱାଇଁ ସ୍ୱର୍ଣ୍ଣ ପଦକ, ୫୫ କିଲୋଗ୍ରାମ ବର୍ଗରେ ଧୀରଜ ମହାରଣା ରୈାପ୍ୟ ପଦକ ଏବଂ ବିଭୂଦତ ମହାନ୍ତି କାସ୍ୟଂ ପଦକ, ୬୬ କିଲୋଗ୍ରାମ ବର୍ଗରେ ଅକ୍ଷୟ କୁମାର ସାହୁ ରୋପ୍ୟ ପଦକ, ୨୮ କିଲୋଗ୍ରାମ ବର୍ଗରେ ରାକେଶ ସେଠି କାସ୍ୟଂ ପଦକରେ କୃତିତ୍ୱ ହାସଲ କରିଛନ୍ତି ।

ଏହି ସଫଳତାର ଖବର ପ୍ରକାଶିତ ହେବା ପରେ ସମସ୍ତ ମହଲରୁ ଶୁଭେଚ୍ଚାର ବାର୍ତା ଛୁଟି ଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ରୀଡା ମହଲରେ ଆନନ୍ଦର ଲହରୀ ଖେଳିଛି । ଗଞ୍ଜାମ ଜୁଡୋ ଆସୋସିଏସନ ସାଧାରଣ ସମ୍ପାଦକ ରାଘବ କୁମାର ନାହକ ସାଙ୍ଗକୁ ସଭାପତି ନାରାୟଣ ସ୍ୱାଇଁ, ଉପସଭାପତି ଟୁଟୁ ମଳିକ, କୋଷାଧ୍ୟକ୍ଷ ଅନିଲ କୁମାର ନାୟକ, ଆସିକା ବାର ଆସୋସିଏସନ ସଭାପତି ସୁଧାଶୁଂ ପଣ୍ଡା, ସମାଜସେବୀ ଭଗବାନ ସାହୁ ପକ୍ଷରୁ ଶୁଭେଚ୍ଚା ଓ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.