ବେଆଇନ ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ଜବତ

0 7

ବେଲଗୁଣ୍ଠା,୭/୧୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ସୁତମସାର ଠାରେ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ନୂତନ ଭାବେ ଯୋଗ ଦେଇଥିବା ବେଲଗୁଣ୍ଠା ସେକ୍ସନ ବନପାଳ ଭେଙ୍କଟ ରାଓ ଦୋରାଙ୍କ ନେତୃତ୍ୱରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସହଯୋଗରେ ଚଢାଉ କରାଯାଇଥିଲା ।

ଏହି ଚଢାଉ ବେଳେ ଅଭିଯୁକ୍ତ ମାନେ ଚମ୍ପଟ ମାରି ଚାଲି ଯାଇଥିବା ବେଳେ ମୂଲ୍ୟବାନ ଶାଳ କାଠ ସହ ଏକ ମହିନ୍ଦ୍ରା ଡାଲା ଅଟୋକୁ ଜବତ କରାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ ଏକ ୟୁ.ଡି କେସ ନମ୍ବର -୨/୨୪-୨୫ ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ବେଲଗୁଣ୍ଠା ବନାଚଂଳ ଅଧିନ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ ଏହି କାଠ ସୁତମସାର ଠାରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା । ବେଲଗୁଣ୍ଠା ବନପାଳ ଭେଙ୍କଟ ରାଓ ଦୋରା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଜଗନ୍ନାଥପ୍ରସାଦ ବନ ବିଭାଗ ରେଞ୍ଜର ସୂଜତା ରାଣି ପଣ୍ଡା, ଫରେଷ୍ଟ ଗାର୍ଡ ସିମାଚଂଳ ମିଶ୍ର, ଶ୍ରିମନ ପ୍ରଧାନ, ପ୍ରିୟଙ୍କା ପାଳ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ । ଏଭଳି ଆଗକୁ ଚଢାଉ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ବେଆଇନ ଚୋରା ଚାଲାଣକୁ ବରଦାସ୍ତ କରାଯିବ ନାହିଁ ବୋଲି ବନବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳିଛି । ଏହି ଚଢ଼ାଉ ପରେ କାଠ ମାଫିଆ ଏବଂ ଶିକାରୀ ମାନଙ୍କ ଠାରେ କୋକୁଆ ଭୟ ଲାଗିରହିଥିବା ଦେଖା ଦେଇଛି ।

Leave A Reply

Your email address will not be published.