Kalas Yatra for Sri Sri Mahalakshmi Puja at Mukundpur VillageKalas Yatra for Sri Sri Mahalakshmi Puja at Mukundpur Village

ଆସିକା,୪/୧୨(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଡପୁର ପଚାଂୟତ ମୁକୁନ୍ଦପୁର ଗ୍ରାମରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଶତାଧିକ ମହିଳା ଓ ପୁରୁଷ ଋଷିକୁଲ୍ୟା ନଦୀ ତଟରୁ ଜଳ ଆଣି ଅସ୍ଥାୟୀ ମଣ୍ଡପ ଠାରେ ପହଁଚି ଥିଲେ । ଚଳିତ ମାର୍ଗଶିର ଶୁକ୍ଲ ତୃତୀୟା ଠାରୁ ମାର୍ଗଶିର ଶୁକ୍ଲ ତ୍ରୟୋଦଶୀ ପର୍ଯ୍ୟନ୍ତ ପ୍ରାୟ ଆଠ ଦିନ ଧିର ମହାଲକ୍ଷ୍ମୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ ।

ଗତ ମାସ ୨୯ ତାରିଖ ସକାଳ ୮.୩୦ ମିନିଟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହାପରେ ଆଜି ଅର୍ଥାତ ୪ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପ୍ରାଣ ପ୍ରତିଷ୍ଠା, ପ୍ରତ୍ୟେକ ଦିନ ପୂଜା ପାଠ ସହ ହୋମ ଯଜ୍ଞ ଓ ପୂର୍ଣ୍ଣାହୂତି ପରେ ବିସର୍ଜନ କାର୍ଯ୍ୟକ୍ରମ ଏବଂ ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଏହି କାର୍ଯ୍ୟକ୍ରମ ମୁକୁନ୍ଦପୁର ଗ୍ରାମର ମହାଲକ୍ଷ୍ମୀ ପୂଜା କମିଟି ଓ ଗ୍ରାମବାସୀବୃନ୍ଦ ପକ୍ଷରୁ ଆଡମ୍ବର ଭାବେ ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମା ଲକ୍ଷ୍ମୀଙ୍କ ଦର୍ଶନ ସାଙ୍ଗକୁ କୃପା ଲାଭ କରିବେ ବୋଲି ପୂଜା କମିଟି ସଦସ୍ୟ ବାବୁଲା ପ୍ରତିକ୍ରିୟା ରଖିଥିଲେ ।