Nausena Day celebrated at Harihari High School Nausena Day celebrated at Harihari High School

ଆସିକା,୪/୧୧(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ହରିହର ହାଇସ୍କୁଲ ନାଭାଲ ୱିଙ୍ଗ ପକ୍ଷରୁ ଆଜି ନୈାସେନା ଦିବସ ପାଳିତ ହୋଇଛି । ପ୍ରତିବର୍ଷ ୪ ଡିସେମ୍ବରକୁ ନୈାସେନା ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସିନିୟର ଏନ.ସି.ସି ଅଫିସର ଶିବରାମ ମହାରଣାଙ୍କ ତତ୍ୱାବାଧାନରେ ନୈାସେନା ଦିବସ ପାଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢି ଅତିଥି ଭାବେ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ । ଆସିକା ହରିହର ହାଇସ୍କୁଲ କେୟାର ଟେକର ଅଫିସର(ସି.ଟି.ଓ) ମନୋରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ନାଭାଲ କ୍ୟାଡେଟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସିନିୟର ଏନ.ସି.ସି ଅଫିସର ଶିବରାମ ମହାରଣା ନୈାସେନାର ବିରତ୍ୱ ସମ୍ପର୍କୀତ କ୍ୟାଡେଟ ମାନଙ୍କ ସହ ଆଲୋଚନା କରିଥିବା ବେଳେ ପରମ୍ପରା କ୍ରମେ ବିଦ୍ୟାଳୟରେ ନୈାସେନା ଦିବସ ପାଳନ କରାଯିବା ସାଙ୍ଗକୁ ଉପସ୍ଥିତ ସମସ୍ତ କ୍ୟାଡେଟ, ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

୧୯୭୧ ମସିହା ଡିସେମ୍ବର ୪ ତାରିଖ ଠାରୁ ଭାରତୀୟ ନୈାସେନା ଦିବସ ଦେଶରେ ପାଳନ କରାଯାଉଛି । ଏହି ଦିନ ପାକିସ୍ତାନର ୪ଟି ଜାହାଜରେ ଥିବା ପ୍ରାୟ ୪ ଶହ ପାକିସ୍ତାନୀ ସେନା ଆମ ଭାରତର ନୈାସେନା ବାହିନୀଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ପରାସ୍ତ ହୋଇଥିଲେ । ଏହି ବିଜୟକୁ ଆମ ଦେଶରେ ନୈାସେନା ଦିବସ ରୂପେ ପାଳନ କରାଯାଉଛି ବୋଲି ସୁଚନା ପ୍ରଦାନ କରାଯାଇଥିଲା ।

ସିନିୟର ଏନ.ସି.ସିସ ଅଫିସର ଶିବରାମ ମହାରଣା ଦେଶ ମାତୃକାର ସେବା ପାଇଁ କ୍ୟାଡେଟ ମାନେ ପ୍ରସ୍ତୁତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ସି.ଟି.ଓ ମନୋରଞ୍ଜନ ପଣ୍ଡା ସମସ୍ତ କ୍ୟାଡେଟ ଏବଂ ଉପସ୍ଥିତ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।