Tribute meeting of eminent leftist leader Bipracharan PradhanTribute meeting of eminent leftist leader Bipracharan Pradhan

ଆସିକା,୨୦/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ନିର୍ବାଚନ ମଣ୍ଡଳୀ ଏ.ବରିଡା ଗ୍ରାମ ବଡଦାଣ୍ଡ ଠାରେ ବର୍ଷିୟାନ ବିଶିଷ୍ଟ ବାମପନ୍ଥୀ ନେତା ସ୍ୱର୍ଗତ ବିପ୍ରଚରଣ ପ୍ରଧାନଙ୍କ ଦ୍ୱାଦଶ ତିଥିରେ ଏକ ବିରାଟ ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବର୍ଷିୟାନ ଶିକ୍ଷକ ନେତା ନବଘନ ପ୍ରଧାନଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳୀ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଆସିକା ସମବାୟ ଚିନିଶିଳ୍ପ ଶ୍ରମିକ ସଂଘର ଉପଦେଷ୍ଟା ତଥା ଆଇନଜୀବୀ ବିଦେଶୀ ନାହକ, ଶିକ୍ଷକ ସଂଘର ସଭାପତି ଦେବହରି ମହାନ୍ତି, ବିଶିଷ୍ଟ ଛାତ୍ର ନେତା ବୁଲୁ ପାଣିଗ୍ରାହି, ସି.ପି.ଆଇ ନେତା ତଥା ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ବଳରାମ ପ୍ରଧାନ, ଏ.ବରିଡା ସରପଚଂ ଗିତାଞ୍ଜଳୀ ସାହୁ, ସମିତିସଭ୍ୟା ଶ୍ରୀମତି ସାହୁ , ଗ୍ରାମ ସଭାପତି ଭଗବାନ ପ୍ରଧାନ, ପୂର୍ବତନ ବରିଷ୍ଠ ନେତା ବିପ୍ର ପ୍ରଧାନ,ବିଶିଷ୍ଟ ସମାଜସେବୀ ବଂଶୀଧର ନାହକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିପ୍ରଚରଣ ପ୍ରଧାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ତାଙ୍କ ଉଦ୍ଧେଶ୍ୟରେ ୫ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଟିତ ହୋଇଥିଲା ।

ଏକ ସାଧାରଣ ଚାଷି ପରିବାର ଘରୁ ଜନ୍ମ ହୋଇ ଲୋକଙ୍କ ସେବା କରିବା ତାଙ୍କ ଜୀବନର ଏକ ମାତ୍ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ରହିଥିଲା । ଜୀବନ କାଳ ରହିଥିଲା ପର୍ଯ୍ୟନ୍ତ ସେ ଲୋକଙ୍କ ପାଇଁ ସମୟ କାର୍ଯ୍ୟ କରି ଆସୁଥିଲେ । ସେ ବ୍ରଜ ରାଜନଗର ପେପର କଳ, ଆସିକା ସୂତାକଳ ଭଳି ଅନେକ ଶ୍ରମିକ ସଂଘର ନେତା ଥିଲେ । ସେ ଗ୍ରାମର ରାସ୍ତା, ଗ୍ରାମରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ, ବାଘୁଆ ନଦୀ ପୋଲ, ନଦୀ ହୁଡା, ଗ୍ରାମର ବିକାଶ ସାଙ୍ଗକୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ତାଙ୍କର ଅବଦାନ ସ୍ମୃତି ଚାରଣ ସଭାରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ତାଙ୍କ ବଡ ପୁଅ ବନ୍ଧୀ ପ୍ରଧାନ, ମୁକ୍ତି ପ୍ରଧାନ ସହ ପ୍ରବୀଣ ସାହୁ, ଦିଲ୍ଲୀପ ସାହୁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।