Inauguration of educational facilities at Aska Science CollegeInauguration of educational facilities at Aska Science College

ଆସିକା,୧୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଶୈକ୍ଷିକ ସୈାଦ୍ଧ ଉନ୍ମୋଚନ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ସରୋଜ କୁମାର ପାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓ.ଏଚ.ଇ.ପି.ଇ. ର ଅନୁଦାନରେ ନିର୍ମାଣଧୀନ ତିନି ମହଲା ବିଶିଷ୍ଠ ଶୈକ୍ଷିକ ସୈାଦ୍ଧ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଥିବା ବେଳେ ପ୍ରାତଃ ସକାଳ ଆଠ ଘଟଂ ସମୟରେ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ଦ୍ୱାରା ହୋମ, ଯଜ୍ଞ ବୈଦିକ ମନ୍ତ୍ରାଦିରେ ଶୈକ୍ଷିକ ସୈାଦ୍ଧକୁ ପବିତ୍ର କରାଯାଇଥିଲା ।ଏଥିରେ ରସାୟନିକ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ପ୍ରୟୋଗଶାଳା, ବିଜ୍ଞାନ, ବାଣିଜ୍ୟ ଏବଂ କଳାର ସମସ୍ତ ବିଭାଗର ସୈଦ୍ଧାନ୍ତିକ ଶ୍ରେଣୀ ଗୃହ ପାଇଁ ସମସ୍ତ ବିଭାଗର ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀଙ୍କ ପଠନ ସମ୍ଭନ୍ଧୀୟ ଉତୋରତର ଉନ୍ନତି କାମନା କରିଥିଲେ ।

ଏହି ଅବସରରେ ବୁଦ୍ଦିଜୀବୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ଆନନ୍ଦ ଉଲ୍ଲାସ ଦେଖାଦେଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଆଧୁନିକ ତଥା ଉନ୍ନତମାନର ଶୈକ୍ଷକ ସୈାଦ୍ଧର ନିର୍ମାଣ ଦ୍ୱାରା ଏହାର ମର୍ଯ୍ୟାଦା ଦୁଇ ଗୁଣିତ ହୋଇଛି ବୋଲି ଆସିକା ଅଚଂଳର ସମସ୍ତ ଜନତା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।