ଧରାକୋଟ ,୭/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଠାରେ ଆଜି ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁନୀଲ ପ୍ରଭା ବେହେରା ସଭାପତିତ୍ୱ କରିଥିଲେ ।
ଏହି ବୈଠକରେ ଧରାକୋଟ ବିଡିଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ, ଭାରପ୍ରାପ୍ତ ଥାନା ଅଧିକାରୀ ମମତା ସାମନ୍ତରାୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ଏ.ବି.ଇ.ଓ ପ୍ରଦିପ କୁମାର ହୋତା, ଆଇ.ସି.ଏମ.ଓ ସଂଘମିତ୍ରା ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ଆଜିର ଶିଶୁ କାଲିର ନାଗରିକ, ଶିଶୁ ମାନଙ୍କ ସୁନେଲି ଭବିଷ୍ୟତ ଗଢିବା ପାଇଁ ବ୍ଲକ ସ୍ତରୀୟ ଟାସ୍କ ଫୋର୍ସର ଗୁରୁ ଦାୟିତ୍ୱ ରହିଛି । ଏଣୂ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ ଜାରି ରଖିବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା ।
ଶିଶୁ ମାନଙ୍କ ମୈାଳିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ସହ ବାଲ୍ୟ ବିବାହ ରୋକିବା, ଶିଶୁ ଚାଲାଣ ବନ୍ଦ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା, ଶିଶୁ ଶିକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ଆଲୋଚନା କରାଯାଇଥିଲା ।
ଧରାକୋଟ ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ଅବହେଳିତ ଅବସ୍ଥାରେ ରହିଥିବା ଶିଶୁ ମାନଙ୍କ ଉପରଏ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।