ଧରାକୋଟରେ ବ୍ଲକ ସ୍ତରୀୟ ଚାଷୀ ପଞ୍ଜିକରଣ ସମୀକ୍ଷା ବୈଠକ

0 125

ଆସିକା,୭/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଠାରେ ଆଜି ବ୍ଲକ ସ୍ତରୀୟ ଚାଷୀ ପଞ୍ଜିକରଣ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ସମୀକ୍ଷା ବୈଠକ ଧରାକୋଟ ତହସିଲଦାର କବିରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଡେନିସ ବେହେରା, ବ୍ଲକ ଯୋଗାଣ ଅଧିକାରୀ ସଞ୍ଜୟ ମଲ୍ଲିକ, ସମବାୟ ଅଚଂଳ ଅଧିକାରୀ ପ୍ରମୋଦ ପଣ୍ଡା, ମିଶନ୍ତ ଶକ୍ତି ବି.ପି.ସି ପ୍ରତାପ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ପଞ୍ଜିକରଣ ପାଇଁ ଚାଷୀ ମାନଙ୍କୁ ସରକାରଙ୍କ ନିକଟରେ ଆବେଦନ କରିବାକୁ ସୂଚନା ପ୍ରଦାନ କରାଯାଇଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ ସୀମା ରହିଥିବା ବେଳେ ଚାଷି ପଞ୍ଜିକରଣ ପାଇଁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି ।

ଗତବର୍ଷ ଧରାକୋଟ ବ୍ଲକରେ ୬୦୭୮ ଜଣ ଚାଷୀ ମଣ୍ଡି ପାଇଁ ଆବେଦନ କରିଥିଲେ । ସେହିଭଳି ଚଳିତ ବର୍ଷ ଗତ ରବିବାର ସୁଦ୍ଧା ୨୦୪୪ ଜଣ ଚାଷୀ ଆବେଦନ କରିଛନ୍ତି । ଏଣୁ ସମୟ ସୀମା ଶେଷ ସୁଦ୍ଧା କିପରୀ ଅଧିକରୁ ଅଧିକ ଚାଷୀ ମଣ୍ଡି ପାଇଁ ଆବେଦନ କରିବେ ସେ ସମ୍ପର୍କୀତ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ୧୫ଟି ସମବାୟ ସମିତି ସମ୍ପାଦକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପାଦକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.