A grassroots collective Acharya workshop was launched in AskaA grassroots collective Acharya workshop was launched in Aska

ଆସିକା,୧୦/୬ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ସଙ୍କୁଳ ସ୍ତରୀୟ ଆସିକା ଶାଖା ପକ୍ଷରୁ ଆୟୋଜିତ ହୋଇଥିଲା ।

ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନି ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କର୍ମଶାଳାକୁ ସମ୍ଭାଗ ସମ୍ପାଦକ କିରଣ କୁମାର ପାଢୀ ଉଦଘାଟନ କରିଥିଲେ ।

ଆଜରି ଏହି ଉଦଯାପିତ କାର୍ଯ୍ୟକ୍ରମ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସମ୍ଭାଗ ସଭାପତି ଡଃ.ତାରା ପ୍ରସାଦ ଦାଶ, ସମ୍ମାନୀୟ ଅତିଥି ଭାବେ ଡଃ.ବୃନ୍ଦାବନ ନାୟକ, ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଳୟରେ ସଙ୍କୁଳ ଅନ୍ତର୍ଗତ ୮ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟଶାଳାରେ ଶୈକ୍ଷିକ କାଳାଶଂ, ଶିକ୍ଷାଦାନ ପଦ୍ଧତି, ଭାଷା ଜ୍ଞାନ ଓ ଅଙ୍କ ଜ୍ଞାନ କୈାଶଳ ବିକାଶ, କାର୍ଯ୍ୟକ୍ରମ ପରିଚାଳନା ଚର୍ଚ୍ଚା, ଶିକ୍ଷଣ ଫଳାଫଳା, ପରିକ୍ଷା ବ୍ୟବସ୍ଥା, ଜାତୀୟ ଶିକ୍ଷାନିତୀ ଆଧାରରେ ଶିକ୍ଷାଦାନ ସାଙ୍ଗକୁ ବୈାଦ୍ଧିକ ବିକାଶ ଦୃ୍‌ଷ୍ଟିରୁ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ଜୀବନ ଶୈଳୀ, ଜ୍ଞାନେନ୍ଦ୍ରୀୟ ଓ କର୍ମେନ୍ଦ୍ରୀୟ ବିକାଶ ଉପରେ କର୍ମଶାଳାରେ ଶିକ୍ଷା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁମା, ଗୁରୁଜୀ ଏବଂ ସଙ୍କୁଳ ଅନ୍ତର୍ଗତ ୮ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ୱାଇଁ, ନିରଞ୍ଜନ ଡାକୁଆ, ଚଣ୍ଡି ପ୍ରସାଦ ବେହେରା, ସୋମନାଥ ପୋଲାକି, ସରୋଜ କୁମାର ସାହୁ, ମହେଶ୍ୱର ସ୍ୱାଇଁ ସାଙ୍ଗକୁ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।