ବାବନପୁର ଚିଦାନନ୍ଦ କୋଚିଙ୍ଗ ସେଣ୍ଟର ୨୦୧୦ ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

0 487

ଆସିକା,୩୦/୫ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବ୍ଲକ ବାବନପୁର ପଞ୍ଚାୟତ ଚିଦାନନ୍ଦ କୋଚିଙ୍ଗ୍ ସେଣ୍ଟର ୨୦୧୦ ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଭେଟନଇ ସ୍ଥିତ ପବିତ୍ର ଆରାଧ୍ୟ ଦେବୀ ତଥା ଜଗତ ଜନନୀ କଙ୍କଣ ଦେବୀ ପୀଠରେ ଅନୁଷ୍ଠିତ ହୋଇଥିଲା ।

ଛାତ୍ର ସୁନିଲ କୁମାର ସେଠି ଓ ସରୋଜ କୁମାର ନାୟକ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସତ୍ୟନାରାୟଣ ସ୍ୱାଇଁ, କାହ୍ନା ପ୍ରଧାନ, ଆଦିତ୍ୟ ପାତ୍ର, ଗୈାରି ନାୟକ, ଆକାଶ ଦାଶ, ସଚରିତା ନାୟକ, ସରିତା ନାୟକ, ନିହାରିକା ନାୟକ ସାଙ୍ଗକୁ ଶତାଧିକ ବନ୍ଧୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଦିର୍ଘ ୧୫ ବର୍ଷ ପରେ ଏହି ବନ୍ଧୁ ମିଳନ ଛାତ୍ର ଜୀବନର ସମସ୍ତ ସ୍ମତିକୁ ସାଉଁଟି ଥିଲା । ଏହି ଅବସରରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ବନ୍ଧୁ ମିଳନରେ ଯୋଗ ଦେଇ ନିଜ ନିଜ ପରିଚୟ ପ୍ରଦାନ ସାଙ୍ଗକୁ ନିଆର ଅନୁଭୂତିକୁ ଉପସ୍ଥାପନ କରିଥିଲେ । ଛାତ୍ର ସମୟରେ ସମସ୍ତ ଶିକ୍ଷକ ଓ ଗୁରୁଜନଙ୍କ ଉପଦେଶ ଓ ଆଦେଶକୁ ମନେ ପକାଇ କିଛି ସମୟ ପାଇଁ ପୁଣି ଛାତ୍ର ପାଲଟିଥିଲେ । ଆଉ ମନେ ପକାଇଥିଲେ ଛାତ୍ର ଜୀବନର ମୁଲ୍ୟବୋଧକୁ ।

ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇ ସମସ୍ତ ଛାତ୍ରଙ୍କୁ ଫୁଲତୋଡା ଓ ଉପଢୈାକନ ପ୍ରଦାନ ସହ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟରେ ବାଦ ପଡିଥିବା ଅନ୍ୟ ସାଙ୍ଗ ସାଥି ମାନଙ୍କୁ କିପରି ଯୋଡା ଯିବ ସେନେଇ ଗୁରତ୍ୱାରୋପ କରାଯିବା ସହ ସାଙ୍ଗ ମାନଙ୍କ ସହଯୋଗ କାମନା କରାଯାଇଥିଲା ।

ଶିକ୍ଷାନୁଷ୍ଠାନ ସଭିଙ୍କ ପାଇଁ ଏକ ସ୍ମତି । ଏହାକୁ ସତେଜ ରଖିବା, ପରିବାର ଭଳି ଯତ୍ନ ନେବା ଏବଂ ଏହାର ଉନ୍ନତି ହେବା ଦରକାର ବୋଲି ସଭାରେ ଆଲୋଚନା କରାଯାଇଥିଲା । ଏହା ଦ୍ୱାରା ଶିକ୍ଷାନୁଷ୍ଠାନ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ଅତୁଟ ରହିବ । ଆଉ ଶୈକ୍ଷିକ ବାତାବରଣ ବି ସମ୍ଭବ ହେବ ।ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆମ ଭିତରେ ସାମର୍ଥ୍ୟ ରହିବ ।

ଏହି ଅବସରରେ କଙ୍କଣ ଦେବୀଙ୍କ ପୀଠରେ ପ୍ରାର୍ଥନା ଓ ସମସ୍ତଙ୍କ ପାଇଁ ଦିର୍ଘାୟୁ କାମନା କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମସ୍ତଙ୍କ ଉଦ୍ୟମରେ ଆୟୋଜିତ ହେବା ସହିତ ଆଗାମୀ ଭବିଷ୍ୟତେ ସଫଳ ରୂପାୟନ କରିବା ପାଇଁ ଶପଥ ପାଠ କରାଯାଇଥିଲା ।

Leave A Reply

Your email address will not be published.