ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ‘ସବୁଜ ରସାୟନ’ ପାଠଚକ୍ର ଅନୁଷ୍ଠିତ

0 880

ଆସିକା,୨୯/୭ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରସାୟନ ବିଭାଗ ପକ୍ଷରୁ ସବୁଜ ରସାୟନ (ଗ୍ରୀନ କେମେଷ୍ଟ୍ରି ) ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠିଙ୍କ ପୈାରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ.ସନ୍ତୋଷ କୁମାର ଚୈାଧୁରୀ ପାଠଚକ୍ରକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସେମିନାର ରିସୋର୍ସ ପରସନ୍ ରୂପେ ବ୍ରହ୍ମପୁର ଶିଶିଭୂଷଣ ରଥ ମହାବିଦ୍ୟାଳୟ ରସାୟନ ବିଭାଗ ଆସୋସିଏଟ୍ ପ୍ରଫେସର ଡଃ.ସୁରଜ କୁମାର ପାଣିଗ୍ରାହୀ ମଚାଂସୀନ ଥିଲେ । ଏହି ସୁବଜ ରସାୟନ ପାଠଚକ୍ରରେ ଗ୍ରୀନ କେମେଷ୍ଟ୍ରୀର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଆଧୁନିକ ଯୁଗରେ ସବୁଜ ରସାୟନର ମହତ୍ୱ ଏବଂ ଉପାଦେୟତା ଉପରେ ଆଲୋଚନା ସାଙ୍ଗକୁ ସବୁଜ ରସାୟନ ଦ୍ୱାରା ମନୁଷ୍ୟର ଦୈନିକ ଜୀବନ କିପରି ଚଳ ଚଚଂଳ ହୋଇଥାଏ, ପୃଥିବୀ ପୃଷ୍ଠରେ ଜୀବ ଜଗତ କିପରି ଜୀବ ଧାରଣ କରିଥାନ୍ତି, ଏହାର ଅପ ପ୍ରୟୋଗରେ କିପରି ଋତୁ ପରିବର୍ତନରେ ଅନିୟମିତତା ଆସିଥାଏ ବୋଲି ପାଠଚକ୍ରରେ ବିସ୍ତୃତ ଆଲୋଚନା ହୋଇଥିଲା ।

ସବୁଜ ରସାୟନ ବିଜ୍ଞାନ ହେଉଛି ରାସାୟନିକ ଦ୍ରବ୍ୟ, ପ୍ରକ୍ରିୟାର ଡିଜାଇନ ଯାହା ବିପଜ୍ଜନକ ପଦାର୍ଥର ବ୍ୟବହାର କିମ୍ବା ଉତ୍ପାଦନକୁ ହ୍ରାସ କିମ୍ବା ବିଲୋପ କରିଥାଏ ବୋଲି ମଚାଂସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ସବୁଜ ରସାୟନ ବିଜ୍ଞାନ, ଡିଜାଇନ, ଉତ୍ପାଦନ, ବ୍ୟବହାର ଏବଂ ଚରମ ନିଷ୍କାସନ ସହିତ ଏକ ରାସାୟନିକ ଦ୍ରବ୍ୟର ଜୀବନଚକ୍ରରେ କିପର ପ୍ରଯୁର୍ଜ ସ୍କନ୍ଦର୍ଭ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ତିନି ରାସାୟନିକ ବିଭାଗ ଶେଷ ବର୍ଷ ଛାତ୍ର ପବନ କୁମାର ପଟ୍ଟନାୟକ, ରୋହିତ କୁମାର ପରିଡା ଗ୍ରୀନ କେମେଷ୍ଟ୍ରୀର ଉପାଦେୟତା ଉପରେ ଉପସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଜନାର୍ଦ୍ଦନ ସାହୁ ପାଠଚକ୍ରରେ ଗ୍ରୀନ କେମେଷ୍ଟ୍ରୀର ମହତ୍ୱ ଉପରେ ପ୍ରତିପାଦନ କରିଥିବା ବେଳେ ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ମାଧୁରୀ ହେମ୍ବ୍ରମ, ଡମୋନଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପାଠଚକ୍ରରେ ରସାୟନିକ ବିଭାଗର ସମସ୍ତ ଅନର୍ସ ଛାତ୍ରଛାତ୍ରୀ ଏବଂ ଜେନେରିକ ଇଲେକ୍ଟିଭ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.