Anil became Ganjam district coordinator of ABVPAnil became Ganjam district coordinator of ABVP

ଆସିକା -୬/୭/୨୦୨୩ (ପ୍ରତିନିଧି – ମନୋଜ ନାୟକ ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ଭାଗ କାର୍ଯ୍ୟଳୟ କୁରୁଡା, ବାଲେଶ୍ବର ଠାରେ ଚଳିତ ବର୍ଷର ପ୍ରାନ୍ତ ଅଭ୍ଯାସ ବର୍ଗ ଅନୁଷ୍ଠିତ ହୋଇଯାଇଛି ଯାହା ୩ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ରେ ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ସେବା ସର୍ବୋପରି କୁ ନେଇ ମାର୍ଗଦର୍ଶନ କରିଥିଲେ । ବର୍ଗର ଶେଷ ଦିନରେ ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀଙ୍କ ଦ୍ଵାରା ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆସିକା ଅଞ୍ଚଳରେ ଛାତ୍ର ନେତୃତ୍ୱ ଶ୍ରୀମାନ୍ ଅନିଲ୍ କୁମାର ସ୍ବାଇଁ ଙ୍କୁ ଗଂଜାମ ବିଭାଗର ବିଭାଗ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି । ଦୀର୍ଘ ୪ ବର୍ଷ ଧରି ସଂଗଠନରେ ନଗର ସଂପାଦକ ରୁ ଆରମ୍ଭ କରି ଜିଲ୍ଲା ସଂଯୋଜକ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ କୁ ସଠିକ୍ ଭାବେ ତୁଲାଇ ଆସିଛନ୍ତି । ସର୍ବଦା ସେବା ହିଁ ସର୍ବୋପରି ବ୍ରତୀ ଅନିଲ୍ ଙ୍କ ନୂତନ ଦାୟିତ୍ୱ ପାଇଁ ବିଭିନ୍ନ ସମାଜସେବୀ ଏବଂ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିଭଳି ଗଂଜାମ ବିଭାଗ ର ବିଭାଗ ସଂଗଠନ ସମ୍ପାଦକ ଭାବେ ଟୁକୁନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନୂତନ ଦାୟିତ୍ୱ ପାଇଥିବା ବେଳେ ଘୁମୁସର ଜିଲ୍ଲା ସଂଯୋଜକ ଭାବରେ ରାକେଶ ଜେନା, ସହ ସଂଯୋଜକ ଭାବରେ ଗୋବିନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ରାଜ୍ୟ ସହ ସମ୍ପାଦକ ସ୍ବାଗତ କୁମାର ତ୍ରିପାଠୀ ,ପୂର୍ବତନ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।