AAP leaders hold meeting to strengthen their outfit for 2024 electionsAAP leaders hold meeting to strengthen their outfit for 2024 elections

ଆସିକା,୧୯/୭ ( ପ୍ରତିନିଧି – ମନୋଜ କୁମାର ନାୟକ ) – ଦିଲ୍ଲୀ ଓ ପଞ୍ଜାବରେ ବିଜୟର ବାନା ଉଡାଇବା ପରେ ସେଠାରେ ଶାସନ କରୁଥିବା ଆପ ଏବେ ନିଜ ସଂଗଠନକୁ ମଜବୁତ କରିବା ଜୋରଦାର ପ୍ରୟାସ ଚଳାଇଛି । ଓଡିଶାରେ ମଧ୍ୟ ଏହି ଦଳ ନିଜ ସଂଗଠନକୁ ସୁଦୃଢ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ନିର୍ବାଚନକୁ ଆଉ କେଇଟା ମାସ ରହିଥିବା ବେଳେ ଆଜି ଆସିକା କଳିଙ୍ଗ ରୋଡ ଠାରେ ଦଳର ଏକ ବଡ ଧରଣର ବୈଠକ ବସିଥିଲା । ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଏକାଠି ହୋଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଶାସକ ଦଳକୁ ଚେକ ଦେବା ପାଇଁ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ବୈଠକକୁ ରଞ୍ଜନ ରାଉତ ସଭାପତିତ୍ୱ କରିଥିବା ବେଳେ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ରାଉତ, ଉପସଭାପତି ସୁଧିର ପ୍ରଧାନ, ଉପସଭାପତି ସୁବାଷ ପଶୁପାଳକ, ସମ୍ପାଦକ ଆଦିତ୍ୟ ରଥ, ବ୍ରହ୍ମପୁର ମହାନଗର ସଭାପତି ସି.ହରି ପ୍ରସାଦ, ଆସିକା ଲୋକସଭା ମଣ୍ଡଳୀ ଆବାହକ ଭଜରାମ ସାବତ, ଗଞ୍ଜାମ ଜିଲ୍ଲା ଯୁବ ଆପ ସଭାପତି ପି.ନିଳକଣ୍ଠ ରେଡି ପ୍ରମୁଖ ଏକାଠି ହୋଇ ୨୦୨୪ ନିର୍ବାଚନରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ସଦସ୍ୟ ସଂଖ୍ୟା ବୃଦ୍ଦି ପାଇଁ ଏବେଠୁ କାମ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଲଗାତର ପଚଂମ ପାଳିରେ ଶାସନ କରୁଥିବା ବେଳେ ଆଗକୁ ପୁଣି ନିର୍ବାଚନ ଆସୁଛି । ଇତିମଧ୍ୟରେ ବିଜେଡିକୁ ମାତ ଦେବା ପାଇଁ ବିରୋଧି ଦଳ ଅଣ୍ଟା ଭିଡୁଥିଲେ ମଧ୍ୟ କେହି ଟକ୍କର ଦେଇ ପାରୁନାହାଁନ୍ତି । ଏହିକ୍ରମରେ ଏବେ ଆପ ଶାସକ ଦଳକୁ ଚେକ ଦେବା ପାଇଁ ଆଜି ଆସିକା ଅଚଂଳରେ ଗଞ୍ଜାମ ଜିଲ୍ଲାର ନେତୃମଣ୍ଡଳୀ ଏକାଠି ହୋଇଥିଲେ । ବିିଜେଡିକୁ ଯଦିଓ ଟକ୍କର ଦେବା ଏତେ ସହଜ ନୁହେଁ ତଥାପି ରଣନୀତି ପ୍ରସ୍ତୁତି କରି ଦଳୀୟ ନେତୃତ୍ୱକୁ ଅଧିକ ସଂଗଠିତ କରିବା ପାଇଁ ଆଲୋଚନା କରିଥିଲେ ।

କେନ୍ଦ୍ରର ନେତୃତ୍ୱାଧିନ ବିଜେପି ଦଳର ସମସ୍ତ ଦୋଷ ଦୁର୍ବଳତା ଓ ରାଜ୍ୟରେ ବିଜେଡି ସରକାରଙ୍କ କିଛି ବିଫଳତାକୁ ଅସ୍ତ୍ର କରି ଦଳ ଲୋକଙ୍କ ନିକଟରେ ପହଁଚିବେ ବୋଲି ଲକ୍ଷ ରଖିଛନ୍ତି । ବିିଜେପି ଶାସନ କାଳରେ ପେଟ୍ରୋଲି ,ଡିଜେଲ ଦର ବୃଦ୍ଧି, ଖାଉଟି ଦର ବୃଦ୍ଧି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଘରୋଇକରଣ ଓ ରାଷ୍ଟ୍ରୀୟ ସମ୍ପତିକୁ ପୁଞ୍ଜିପତିଙ୍କ ହାତାରେ ଟେକି ଦେବା ଭଳି ଏହାକୁ ନିର୍ବାଚନର ଅସ୍ତ୍ର ଭାବେ ବ୍ୟବହାର କରିବେ ବୋଲି ଆଲୋଚନା କରିଥିଲେ ।

ସେହିପରି ରାଜ୍ୟରେ ୫-ଟିର ଦ୍ୱାହି ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳୀ, ପାଣୀ ଓ ବେରୋଜଗାର ଭଳି ମୈାଳୀକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ତେଣୁ ଏସବୁ ମାମଲାକୁ ନେଇ ଦଳ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଆଜିର ବୈଠକରେ ଆପ ନେତା ମାନେ ମତ ବ୍ୟକ୍ତ କରିଥିଲେ । ଦିଲ୍ଲୀ ପଞ୍ଜାବ ଭଳି ବିକାଶ ମୋଡେଲ ଦେଖାଇବା ସହ ଆପ ସରକାର ଦୁର୍ନିତୀ ହଟାଅର ଆଉ ଏକ ନାରା ଦେଇ ଲୋକଙ୍କ ନିକଟରେ ପହଁଚିବ ବୋଲି ଉଦ୍ୟମ ଜାରି ରଖିଛି । ହେଲେ ବିଜେଡିକୁ ଟକ୍କର ଦେବା ପାଇଁ ଆପକୁ ଶତ ସିହଂର ବଳ ଦରକାର ପଡୁଥିବା ବେଳେ ଦଳ କିପରି ଆସନ୍ତା ନିର୍ବାଚନକୁ ମୁକାବିଲ କରୁଛି ତାହା ଦେଖିବାକୁ ବାକି ରହିଛି ।