ଆସିକା,୧୨/୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଭିଭାବକଙ୍କ ଆଜି ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସହର ଉପକଣ୍ଠ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ସଭାପତି ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସଂଘର ଉପସଭାପତି ଶ୍ୟାମ ସୁନ୍ଦର ପାଢି ଓ ସୁଦେଷ୍ଣା ପଟ୍ଟନାୟକ, ସମ୍ପାଦିକ ସନ୍ତୋଷ କୁମାର ସେଠି, ଯୁଗ୍ମ ସମ୍ପାଦକ ଶିବରାମ ଗୈାଡ, କୋଷାଧ୍ୟକ୍ଷ ଅରୁଣ କୁମାର ସେଠି, ଉପଦେଷ୍ଟା ଶଙ୍କର ସାହ ସାଙ୍ଗକୁ ଅନ୍ୟାନ୍ୟ ସଦସ୍ୟ ଶିବାନୀ ରଞ୍ଜିକା ମହାପାତ୍ର, ମିହିର କାନ୍ତ ସାହୁ, କୃଷ୍ଣଚନ୍ଦ୍ର ଚୈାଧୁରୀ, ଅମିୟ ସିନ୍ଧୁ ମୁନୀ, ବିନୋଦ ଚନ୍ଦ୍ର ଦୋରା, ଶିବ ଶଙ୍କର ସ୍ୱାଇଁ, ମାମି ମାଝି, ସୁକାନ୍ତ ପଟ୍ଟନାୟକ, ପ୍ରଭାତ କୁମାର ଗୈାଡ ପ୍ରମୁଖ ବାର୍ଷିକ ସାଧାରଣ ବୈଠକରେ ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଯୋଗ ଦେଇ କୃତିତ୍ୱ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ଓ ପୁରସ୍କାର ପ୍ରଦାନ କରିବା ସହ ଉପସ୍ଥିତ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଭିଭାବକ ସଂଘର ସଭାପତି ପ୍ରଶାନ୍ତ କୁମାର କର ସଂଘର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କୀତ ମତ ବ୍ୟକ୍ତ କରିଥିଲେ । ଏହାପରେ ସମ୍ପାଦକ ସନ୍ତୋଷ କୁମାର ସେଠି ଗତ ଦିନରେ ସଂଘ ଦ୍ୱାରା ହାସଲ ହୋଇଥିବା ଦାବୀ ସମ୍ଭନ୍ଧୀୟ ନୂତନ ବିଦ୍ୟାଳୟ ଗୃହ, ଏଗାର ଦଶ ପାଠ୍ୟ ଖସଡା, ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ସ୍ଥାୟୀ ବିଦ୍ୟାଳୟ ଅଧ୍ୟକ୍ଷ, ସ୍ଥାୟୀ ଶିକ୍ଷକ ନିଯୁକ୍ତି ଆଦି ପ୍ରମୁଖ ବିବରଣୀ ପଠନ କରିଥିଲେ ।
ଏହା ସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଇ.ଡି କାର୍ଡ ତୁରନ୍ତ ପ୍ରଦାନ, ବିଦ୍ୟାଳୟ ଭିତରକୁ ସ୍କୁଲ ବସ ପ୍ରବେଶ କରିବା, ବିଦ୍ୟାଳୟ ପରିସରରେ ପିଇବା ପାଣି ପାଇଁ ଆକ୍ୱାଗାର୍ଡ ସୁବିଧା, ସାଇକେଲ ଷ୍ଟାଣ୍ଡ ବ୍ୟବସ୍ଥା ପାଇଁ ଦାବୀ କରାଯାଇଥିଲା । ଶେଷରେ ସଂଘର କୋଷାଧ୍ୟକ୍ଷ ଅରୁଣ କୁମାର ସେଠି ସଂଘର ବାର୍ଷିକ ଆଦାୟ ଓ ଖର୍ଚ୍ଚ ବିଷୟରେ ପଠନ କରିଥିଲେ ।