Vivekananda jayanti celebrated on behalf of keshariya hindu bahini Aska branchVivekananda jayanti celebrated on behalf of keshariya hindu bahini Aska branch

ଆସିକା,୧୨/୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କେଶପୁର ଗାଁ କଲ୍ୟାଣ ମଣ୍ଡପ ଠାରେ ଆଜି କେଶରୀୟ ହିନ୍ଦୁ ବାହିନୀ, ଓଡିଶା ଆସିକା ଶାଖା ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତି ପାଳିତ ହୋଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୟନ୍ତି ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ମୁଖ୍ୟ ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଅରୁଣ ବିଷୋୟୀ, ମୁଖ୍ୟମୋର୍ଚ୍ଚା ଆସିକା ବ୍ଲକ ସଭାପତି ଧରଣୀ ଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଯୁବ ଶକ୍ତି ଓ ଯୁବ ଚେତନାର ପ୍ରତୀକ ଥିଲେ ସ୍ୱାମୀ ବିବେକାନନ୍ଦ । ସେ ଯୁବ ସମାଜର ଆଦର୍ଶ ଥିଲେ । ଦେଶଭକ୍ତ, ଦାର୍ଶନିକ, ଧର୍ମଗୁରୁ, ସନ୍ୟାସୀ ଓ ପ୍ରାତଃ ସ୍ମରଣୀୟ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଦେଶ ଜାତୀୟ ଯୁବ ଦିବସ ଭାବେ ପାଳନ କରୁଥିବା ବେଳେ ଯୁବଶକ୍ତିର ଉତଥାନ ଦିଗରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର୧୯୮୪ ଜାନୁୟାରୀ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ଘୋଷଣା କରାଯାଇଥିଲା । ୧୯୮୫ ମସିହାରୁ ପ୍ରତିବର୍ଷ ଏହି ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳିତ ହେଉଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରାଯିବା ସହିତ ମିଷ୍ଟାନ୍ନ ବଟଂନ କାର୍ଯ୍ୟକ୍ରମ ହୋଇଥିଲା । ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହ ହିନ୍ଦୁତ୍ୱ ଉପରେ ଗୁରୁତ୍ୱାରୋପ ପ୍ରଦାନ କରାଯାଇଥିଲା ।