ବେଲଗୁଣ୍ଠା,୯/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବନାଞ୍ଚଳ ଅଧିନ କୁଡୁତାଇ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ବାରହାର ମୃତ୍ୟୁ ହୋଇଛି ।
ଏହି ଖବର ସୂଚନା ପାଇବା ପରେ ଏ.ସି.ଏଫ ତଥା ତଦନ୍ତକାରୀ ଅଧିକାରୀ ବିବେକ ଦାଶଙ୍କ ତତ୍ୱାବାଧାନରେ ବେଲଗୁଣ୍ଠା ସେକ୍ସନ ବନପାଳ ଭେଙ୍କଟ ରାଓ ଦୋରା, ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରିଣୀ ସୁଜାତା ରାଣି ପଣ୍ଡା ଘଟଣା ସ୍ଥଳରେ ପହଁଚି ଥିଲେ । ସେଠାରେ ମୃତ ବାରହାକୁ ଜବତ କରିବା ସହିତ ତାରସିଂ ଥାନା ଅଧିନ ଘାଟିପଲ୍ଲୀ ଗାଁର ବାରହା ଶିକାରୀ ପ୍ରଫୁଲ ନାୟକଙ୍କୁ ଗିରଫ କରାଯାଇଥିଲା ।
ଏନେଇ ବନ ବିଭାଗ ପକ୍ଷରୁ କେସ ନମ୍ବର- ୧୦୭/୨୪-୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ନ ହେବାରୁ ଜେଲ ପଠାଯାଇଥିବା ସୂଚନା ରହିଛି ।