ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ଶପଥ ପାଠ

0 113

ବ୍ରହ୍ମପୁର,୧/୧୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ମହାବିଦ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରିଣୀ ସମିତା ସାହୁ ଓ ସୁନିତା ରାଣୀ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ମହାମାୟୀ ମହିଳା ମହାବିଦ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମୁତାବକ ସମସ୍ତେ ନିଜ ନିଜ କାର୍ଯ୍ୟାଳୟରେ ସାଧୁତା, ସ୍ୱଚ୍ଚତା ଏବଂ ଦୁର୍ନୀତି ମୁକ୍ତ ରହି କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଉଦ୍ଧେଶ୍ୟ ଓ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ନେଇ “ଦୁର୍ନୀତି ନିବାରଣ ଓ ବିଭାଗୀୟ ପଦକ୍ଷେପ” ଉପରେ ଓଡିଆ ଓ ଇଂରାଜୀ ଭାଷାରେ ବକୃତା ପ୍ରତିଯୋଗିତା ସାଙ୍ଗକୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ ଛାତ୍ରୀ ଅଂଶ ଗ୍ରହଣ କରିଥିିବା ବେଳେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଆୟୋଜିତ ପ୍ରତିଯୋଗିତାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ.ଜୟନ୍ତି ରାଣୀ ପଣ୍ଡା, ଡଃ.ବାଣୀ କୁମାରୀ ପଟ୍ଟନାୟକ, ଓଡିଆ ବିଭାଗ ଅଧ୍ୟାପକ ତପନ କୁମାର ମାଝି ଏବଂ ଇଂରାଜୀ ଅଧ୍ୟାପିକା ସୁରଭି ଗୈାଡ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.