Rajayoga workshop at Sub Jail by Aska Shanti Shakti BhavanRajayoga workshop at Sub Jail by Aska Shanti Shakti Bhavan

ଆସିକା,୩/୧୧ (ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଆସିକା ଶାଖା ପକ୍ଷରୁ ଆଜି ଉପକାରାଗାର ଠାରେ ରାଜଯୋଗ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସିକା ଉପକାରାଗାର ଅଧ୍ୟକ୍ଷ ଖଗେଶ୍ୱର ସିଂଙ୍କ ତତ୍ୱାବାଧାନରେ ଅନ୍ତେବାସୀଙ୍କ ପାଇଁ ରାଜଯୋଗ ଅଭ୍ୟାସ କର୍ମଶାଳା ଆୟୋଜିତ ହୋଇଥିଲା ।

ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ଉପକାରାଗାର ଅନ୍ତେବାସୀ ତଥା ସମସ୍ତ କର୍ମକର୍ତାଙ୍କୁ ରାଜ ଯୋଗ ଅଭ୍ୟାସ କରାଯାଇଥିଲେ । ଏହା ସହିତ ଭାଇଦୂଜ ବା ଯମ ଦ୍ୱିତୀୟା ପର୍ବରେ ସମସ୍ତଙ୍କୁ ଟିକା ପିନ୍ଧାଇ ଗୁଣର ସାଗର ପରମାତ୍ମା ଶିବ ପିତାଙ୍କ ସ୍ମୃତିରେ ଜୀବନକୁ ଗୁଣବାନ ବନାଇବା ପାଇଁ ସଂକଳ୍ପ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ଉପକାରାଗାର ସବ-ଆସିଷ୍ଟାଟଂ ଜେଲର ହରିକୃଷ୍ଣ ବେହେରା, ଫାର୍ମାସିଷ୍ଟ ଉମାକାନ୍ତ ସାହୁ, ୱାର୍ଡର ହରିହର ବେହେରା, ରମେଶ ଚନ୍ଦ୍ର ନାୟକ,ବିରଚିଂ ନାରାୟଣ ସାହୁ, ବିଜୟା ନନ୍ଦ ରାଉତ, ରାଜେଶ କୁମାର ସାହୁ, ସୁବାଷ ଡାକୁଆ, ସୁକାନ୍ତ ନାୟକ, ତିଲୋତମା କହଁର, ମଞ୍ଜୁବାଳା ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

You missed