Anti-Corruption Week observed in Aska Science CollegeAnti-Corruption Week observed in Aska Science College

ଆସିକା,୪/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଭାରତ ସରକାରଙ୍କ ନିର୍ଦ୍ଧେଶକ୍ରମେ ଗତ ମାସ ଅକ୍ଟୋବର ୨୮ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିବା ବେଳେ ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ଏବଂ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ମିଳିତ ଭାବେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ପାଇଁ ଶପଥା ପାଠ କରାଯାଇଥିଲା ।

ଦୁର୍ନୀତି ହିଁ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗିତ ପଥରେ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ଆଲୋଚନା କରାଯାଇଥିଲା । ଯୁବା ପୀଢିଙ୍କୁ ସମସ୍ତ ପ୍ରକାରର ସାଧୁତା ସାଧୁତାର ମାର୍ଗକୁ ଅବଲମ୍ବନ କରିବା ପାଇଁ ଶପଥ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।ଏହା ସହିତ ଜୀବନର ପ୍ରତ୍ୟେକ ମାର୍ଗରେ ସଚ୍ଚୋଟତା ଏବଂ ଆଇନକୁ ମାନିବା, ନିଜ ଦାୟିତ୍ୱ ସାଧୁତା ଓ ସ୍ୱଚ୍ଚତାର ସହ ସମ୍ପାଦନ କରିବା ପାଇଁ, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ଦୁର୍ନୀତି ସମ୍ପର୍କୀତ ଘଟଣାକୁ ଉଚ୍ଚ କର୍ତୃପକ୍ଷଙ୍କ ଠାରେ ଅବଗତ କରିବା ପାଇଁ ଆଲୋଚନା କରାଯାଇଥିଲା ।

ଏହ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡଃ.ଅଭୟ କେଶରୀ ପରିଛା ପଟ୍ଟନାୟକ, ଆକାଡେମିକ ବସର ଡଃ.ସନ୍ତୋଷ କୁମାର ଚୈାଧୁରୀ, ରିଡର ଡଃ.ବସନ୍ତ କୁମାର ଆଚାରୀ, ଡଃ.ସ୍ମିତାରାଣୀ ପଣ୍ଡା, ପ୍ରଫେସର ବିଘ୍ନରାଜ ପାଢୀ, ଡଃ.ନନ୍ଦିତା ଦାଶ, ଯୁବ ରେଡକ୍ରସ କାଉନସିଲର ଡଃ.ଅଜିତ କୁମାର ମୁନୀ, ଏନ.ଏସ.ଏସ ଯୋଜନା ଅଧିକାରୀ ପବିତ୍ର ଧିଙ୍ଗଡା ମାଝୀ, ଚନ୍ଦନ ମାରାଣ୍ଡି, ଯୋଜନା ଅଧିକାରିଣୀ ଇ.ରେଶମା ପାତ୍ର, ଅଧ୍ୟାପକ ସୁଧିର କୁମାର ସାହୁ, କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ନାୟକ ସାଙ୍ଗକୁ ସମେତ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟା୍‌ପିକା, କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଆସିକା ବିଜ୍ଞାନ ମହାବିଦ୍ୟାଳୟ ସ୍ୱେଚ୍ଚାସେବୀ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।