ଆସିକା,୨୮/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ସ୍ଥିତ ରାଜମ୍ମା ମନ୍ଦିର ମୁଖ୍ୟ ରାସ୍ତା ନିକଟ ଆଇନଷ୍ଟାଇନ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ନିର୍ଦ୍ଧେଶକ ତଥା ସପ୍ଟୱେୟାର ଇଞ୍ଜିନିୟର ସୁଧିରକାନ୍ତ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଇଂରାଜୀ ବିଭାଗୀୟ ମୁଖ୍ୟ ଲୀନା ଲିଲିଆନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଏ.ଯୁଧୀଷ୍ଠିର ଦୋରା ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ଏହାପରେ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବକୁ ବିଦ୍ୟାଳୟ ପ୍ରଶାସକ ପ୍ରୀତିମୟୀ ସିଅ ସଂଯୋଜନା କରିଥିବା ବେଳେ ବଦ୍ୟିାଳୟ ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରୀ ଏବଂ ତଦାରଖକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ବିଦ୍ୟାଳୟ ପୂର୍ବରୁ ଅଙ୍କୁରାମ କିଡ୍ସ ପ୍ଲେ ସ୍କୁଲ ନାମରେ ପରିଚିତ ରହିଥିଲା ।ଏହାର ପରବର୍ତୀ ସମୟରେ ଅନେକ ପରିବର୍ତନ ସାଙ୍ଗକୁ ଶିକ୍ଷା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ବର୍ତମାନ ପ୍ରି-ନର୍ସରୀରୁ ୟୁକେଜି ପର୍ଯ୍ୟନ୍ତ ବିସ୍ତାର କରି ପଚଂମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୂକ୍ତ ହୋଇଛି ବୋଲି ବିଦ୍ୟାଳୟ ନିର୍ଦ୍ଧେଶକ ସୁଧିରକାନ୍ତ ଦୋରା ତାଙ୍କ ଅଭିଭାଷଣରେ ସୂଚନା ପ୍ରଦାନ କରିଥିଲେ ।
ଆଇନଷ୍ଟାଇନ ଇଟଂରନ୍ୟାସନାଲ ପବ୍ଲିକ ସ୍କୁଲ ତାର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଏକ ସାମଗ୍ରିକ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ବିଦ୍ୟାଳୟର ଦୃଷ୍ଟିକୋଣ ହେଉଛି ଦାୟିତ୍ୱବାନ, ଆତ୍ମବିଶ୍ୱାସ , ଯତ୍ନଶୀଳ ଏବଂ ବିଶ୍ୱ ନାଗରିକ ସୃଷ୍ଟି କରିବା । ତେଣୂ ଛାତ୍ରଛାତ୍ରୀଙ୍କୁ ଉତମ ମଣିଷ ରୁପେ ଗଠନ କରିବା ନେଇ ସବୁବେଳେ ସଂକଳ୍ପ ବଦ୍ଧ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।
ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକା କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସୁନ୍ଦର ନୃତ୍ୟ, ଗୀତ ପରିବେଷଣ ସାଙ୍ଗକୁ ବ୍ୟକ୍ତଗତ ଭାଷଣ ପ୍ରଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଶତାଧିକ ଅଭିଭାବକ, ବୁଦ୍ଧିଜୀବୀ ଓ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।