ଆସିକା,୧/୪(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ଖମ୍ବେଶ୍ୱରୀ ପାଟଣା ସ୍ଥିତ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ କାର୍ଯ୍ୟାଳୟ ଠାରେ ଆଜି ଉତ୍କଳ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ୱରେ ହୋଇଥିବା ବେଳେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା ଓ କଂଗ୍ରେସ କର୍ମୀବୃନ୍ଦ ଯୋଗ ଦେଇଥିଲେ ।
ଏ୍ହି ଅବସରରେ ଏକ ବାଇକ ରାଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ରାଲି କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ଆସିକା କୋର୍ଟ ପରିସର ସ୍ଥିତ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତୀ ନିକଟରେ ପହଁଚିଥିଲା । ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଆସିକା ହାଟପଦା ସ୍ଥିତ ମହାତ୍ମାଗାନ୍ଧୀ ପ୍ରତିର୍ମୂତିରେ ପହିଁଚି ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା । ଶେଷରେ ଆସିକା ହରିହର ହାଇସ୍କୁଲ ସ୍ଥିତ ପଛଂସଖା ପାର୍କ ଠାରେ ମହାପୁରୁଷଙ୍କ୍ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଓଡିଶା ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ମହାପୁରୁଷଙ୍କୁ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା, କର୍ମୀବୃନ୍ଦ ଏବଂ ଯୁବ ନେତା , ଆଇନଜୀବୀ ପ୍ରିୟାଶୁଂ ଶେଖର ପରିଡା, ନାରୀ ନେତ୍ରୀ ସୁଦିପ୍ତା ଦାଶ ସାଙ୍ଗକୁ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।