ଏଚ.ଡି.ଏଫ.ସି ବ୍ୟାଙ୍କ ଆସିକା ଶାଖା ପକ୍ଷରୁ ରକ୍ତଦାନ ଶିବିର

0 107

ଆସିକା,୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଳୀଙ୍ଗ ରୋଡ ସ୍ଥିତ ଏଚ.ଡି.ଏଫ.ସି ବ୍ୟାଙ୍କ ଆସିକା ଶାଖା ତରଫରୁ ଆଜି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର କାଳୁ ଚରଣ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଆସିକା ବିଜେଡି ନଗର ସଭାପତି ତଥା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଯୋଗ ଦେଇ ରକ୍ତଦାନ ମହାନ ପୂଣ୍ୟ ବୋଲି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଏହି ରକ୍ତ ଦାନ ଶିବିରରେ ଭଞ୍ଜନଗର ବ୍ଲଡ ବ୍ୟାଙ୍କ କର୍ମଚାରୀ ଶିବିର ପରିଚାଳନା ସାଙ୍ଗକୁ ୪୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ରକ୍ତଦାନ ସ୍ୱାସ୍ଥ୍ୟ ପାଇଁ ଭଲ ସାଙ୍ଗକୁ ରକ୍ତ ଦାନ କରିବା ଦ୍ୱାରା କ୍ୟାନସର ରୋଗ ଆଶଙ୍କା କମିଥାଏ, ଏକ ୟୁନିଟ ବ୍ଲଡ ଦ୍ୱାରା ୩ ଜଣଙ୍କ ମୁଳ୍ୟବାନ ଜୀବନ ରକ୍ଷା ଏବଂ ରକ୍ତ ଦାନ କରିଲେ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ବୋଲି ବ୍ୟାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରଜବାହୁ ମହାରଣା, ବାଳକୃଷ୍ଣ ସାହୁ, ରୁପାଲି ସାହୁ, ରାଜେନ୍ଦ୍ର ସାହୁ, ହରପ୍ରସାଦ ବିଷୋୟୀ, ସନ୍ତୋଷ ବାଡତ୍ୟା, ଶାସ୍ୱତ ଦାଶ ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଯୋଗ ଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.