କେନ୍ଦୁପଦର ଏନବିଏସ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

0 177

ଆସିକା,୧/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜା୍‌ମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଆଜି ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଅରୁଣା ଲିଙ୍କ ୱାର୍କର ସ୍କିମ ପକ୍ଷରୁ ଆୟୋଜିତ ହୋଇଥିଲା ।

କେନ୍ଦୁପଦର ଏନବିଏସ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ହରିଶଙ୍କର ପାଣ୍ଡେଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରେଡକ୍ରସ ୟୁନିଟ ଅଧିକାରୀ ଡଃ.କୁନା ସୁନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସବଡିଭିଜନ ମେଡିକାଲ ଏଲ.ଟି ରାଜେନ୍ଦ୍ର କୁମାର ପାତ୍ର ଯୋଗ ଦେଇ ଏଡସ କାର୍ଯ୍ୟକ୍ରମ, ଉତମ ଯୋଗାଯୋଗ ବ୍ୟବସ୍ଥା, ରୋଗ ନିରାକରଣ ଏବଂ ରୋଗ ସଚେତନତା ଉପରେ ବର୍ଷସାରା ଅଭିଯାନ ଉପରେ ମତବ୍ୟକ୍ତ କରିଥିଲେ ।

ପ୍ରଥମ ଥର କରି ୧୯୮୭ ଅଗଷ୍ଟ ମାସରେ ଥୋମାସ ନେଟ୍ଟର ଏବଂ ଜେମ୍ସ ଡବ୍ଲ୍ୟୁ ବୁନ ବିଶ୍ୱ ଏଡସ ଦିବସର କଲ୍ପନା କରିଥିଲେ । ଜେନେଭା ଓ ସ୍ୱିଜରଲ୍ୟାଣ୍ଡ ସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏଡସ ବିଶ୍ୱ କାର୍ଯ୍ୟକ୍ରମର ଏହି ଦୁଇ ଲୋକ ସମ୍ପର୍କ ଅଧିକାରୀ ଏ ବିଷୟର ଏଡସ ବିଶ୍ୱ କାର୍ଯ୍ୟକ୍ରମର ନିର୍ଦ୍ଧେଶକ ଡଃ.ଜୋନାଥନ ମନଙ୍କୁ ଜଣାଇଥିଲେ । ଜୋନାଥନ ଏହାକୁ ସ୍ୱୀକୃତି ଦେଇ ବିଶ୍ୱ ଏଡସ ଦିବସ ପାଳନ ପାଇଁ ସୁପାରିସ କରିଥିଲେ । ୧୯୮୮ ଡେସେମ୍ବର ୧ ରୁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଇଆସୁଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଏଡସ୍ ରୋଗ ନିରାକରଣ ଉପରେ ସଚେତନତା କରାଯାଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଦ ଦ୍ୱାରା ବିଶ୍ୱ ଏଡସ ସଚେତନତା ଉଦ୍ଧେଶ୍ୟରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସିକା ସବଡିଭିଜନ ମେଡିକାଲ ଅରୁଣା ଅନୁଷ୍ଠାନ କ୍ଲଷ୍ଟର ଲେଭଲ ୱାର୍କର ଭବାନୀ ପାଣିଗ୍ରାହି, ମିଲୁ ଜେନା, ପ୍ରମୋଦ ବାଡତ୍ୟା, ଟୁଟେନ୍ଦ୍ର ସାହୁ, ଉମା ଶଙ୍କର ଗୈାଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.