ଧାର କରଜ ଦେବା ମହଙ୍ଗା ପଡିଲା : ଠକାମିର ଶିକାର ହେଲେ ଯୁବ ବ୍ୟବସାୟୀ

0 437

ଘୁ.ଉଦୟଗିର,୨୦/୭(ଶୁଣାକଥା) :ଧାରେ ଲୁହ ଗଡାଇ ଉଧାର ମାଗିଥିଲେ । ଦେଇ ଦେବୀ ବୋଲି କଥା ଦେଇଥିଲେ । ଟଙ୍କା ପାଇଁ କାକୁତି ମିନତୀ ହୋଇ ହୃଦୟ ତରଳାଇ ଦେଇଥିଲେ । ନେଲା ବେଳକୁ ନେଇଗଲେ , ଦେଲା ବେଳକୁ ଧରା ଛୁଆଁ ଦେଉନାହାଁନ୍ତି । ହେଲେ ଧାର କରଜ ଦେଇ ଅଡୁଆ ପଡିଛନ୍ତି ଆଉ ଠକାମିର ଶିକାର ହୋଇଛନ୍ତି ଯୁବ ବ୍ୟବସାୟୀ ।

ଏହି ଘଟଣା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କ୍ଲବ ସାହିରେ ଧାର କରଜ ଦେଇ ଠକାମିର ଶିକାର ହୋଇଥିବା ଜଣାପଡିଛି । ଜଣେ ମଣିଷ ଆଉ ଜଣେ ମଣିଷକୁ ସାହାଯ୍ୟ କରିବା ଉଚିତ ବୋଲି ମନୋବୃତି ନେଇ ଘୁ.ଉଦୟଗିରି ଅଚଂଳ କ୍ଲବ ସାହିର ଯୁବ ବ୍ୟବସାୟ ମନୋଜ କୁମାର ସାହୁ ରାଇକିଆ ଥାନା ଅନ୍ତର୍ଗତ ଆଡାସିକୁପା ଗ୍ରାମର ଜନୈକ ମହିଳା ଯିଏ କି ଘୁ.ଉଦୟଗିରି କ୍ଲବ ସାହିର ବାସିନ୍ଦା, ତାଙ୍କୁ ପ୍ରାୟ ୧୩ ଲକ୍ଷ ଟଙ୍କା ଧାର କରଜ ଦେଇଥିଲେ । ଉକ୍ତ ମହିଳା ଜଣକ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇବା ସାଙ୍ଗକୁ ଝିଅ ବାହାଘର, ନିଜ ପୁଅ ଓ ସ୍ୱାମୀଙ୍କୁ ଆବଶ୍ୟକତା କହି ବିଭିନ୍ନ ସମୟରେ ଟଙ୍କା ଧାର କରଜ ନେଇଥିଲେ । ଏ ବାବଦରେ ସେ ସତ୍ୟପାଠ ମଧ୍ୟ ଦାଖଲ କରି ନିଜର ସ୍ୱାକ୍ଷର ଦେଇଛନ୍ତି ।

ଯୁବ ବ୍ୟବସାୟ ମନୋଜ କୁମାର ସାହୁ ଗତ ୧୯.୮.୨୦୨୧ ମସିହାରେ ଉକ୍ତ ମହିଳାଙ୍କୁ ଧାର କରଜ ଟଙ୍କା ଦେଇ ଥିଲେ । ଏନେଇ ଯୁବ ବ୍ୟବସାୟ ଜଣକ ଅନେକ ଥର ସାକ୍ଷାତ କରି ଟଙ୍କା ଫେରସ୍ତ ପାଇଁ କହିଥିଲେ । କିନ୍ତୁ ମହିଳା ଜଣକ ତାଙ୍କୁ ଟଙ୍କା ଫେରସ୍ତ ପାଇଁ ନାମ ଧରୁ ନଥିବା ଅଭିଯୋଗ ହୋଇଛି ।

ବର୍ତମାନ ମହିଳା ଜଣକ ଧମକ ଦେବାରେ ଆରମ୍ଭ କରିଥିବା ବେଳେ ଯୁବ ବ୍ୟବସାୟୀ ମନୋଜ କୁମାର ସାହୁ ହତାଶ ହୋଇପଡିଛନ୍ତି । ଶେଷରେ ଆଇନର ଆଶ୍ରୟ ନେଇ ନ୍ୟାୟ ଭିକ୍ଷା କରିବେ ବୋଲି ଯୁବ ବ୍ୟବସାୟୀ ମନୋଜ କୁମାର ସାହୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.