କୋଠା ବାଡି ନିର୍ମାଣକାରୀଙ୍କ ଷ୍ଟୋର ରୁମ ପାଲଟିଛି ଖେଳାଳୀଙ୍କ ନବନିର୍ମିତ ପୋଷାକ ପରିବର୍ତ୍ତନ ଗୃହ

0 168

ଆସିକା,୮/୧୦ (ଶୁଣାକଥା) ମନୋଜ କୁମାର ନାୟକ : ବ୍ୟବହାରରେ ଆସୁନି ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମର ନବନିର୍ମିତ ଖେଳାଳୀଙ୍କ ପୋଷାକ ପରିବର୍ତନ ଗୃହ । ଏଠାରେ ଏବେ କୋଠା ବାଡି ନିର୍ମାଣକାରୀଙ୍କ ଓ ଦିନ ମଜୁରୀଆଙ୍କ ଷ୍ଟୋର ଗୃହ ପାଲଟିଛି । ଏଠାରେ ସିମେଣ୍ଟ ବସ୍ତା ଠାରୁ ଆରମ୍ଭ କରି କୋଠା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସମସ୍ତ ସାମଗ୍ରୀ ରଖାଯାଉଛି ।

ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଖେଳାଳୀଙ୍କ ପାଇଁ ନବନିର୍ମିତ ପୋଷାକ ପରିବର୍ତନ ଗୃହ ଓ ପରିଶ୍ରାଗାରକୁ ଭିତି ପ୍ରସ୍ତର ସ୍ଥାପନା କରିଥିଲେ । ଓଡିଶା ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ୯ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିଲା । ନିର୍ମାଣ ହେବା ଦିନ ଠାରୁ ଏହା ଖେଳାଳୀଙ୍କ ପାଇଁ ବ୍ୟବହାରେ ଆସିନାହିଁ ।

ରାଜ୍ୟ ସରକାରଙ୍କ କ୍ରିଡା ବିଭାଗ ପକ୍ଷରୁ ୨୦୧୪-୧୫ ରେ କ୍ରିଡାର ବିକାଶ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ମିନି ଷ୍ଟାଡିୟମ ଯୋଜନା ଶୁଭ ଆରମ୍ଭ ହୋଇଥିଲା । ଏହି ଷ୍ଟାଡିୟମ ପାଇଁ ୨୫ଲକ୍ଷ ଟଙ୍କା ଗ୍ରାଟଂ ହୋଇଥିବା ବେଳେ କ୍ରିଡା ବିଭାଗ ପକ୍ଷରୁ ୨୦ ଲକ୍ଷ ଓ ୫ଲକ୍ଷ ଟଙ୍କା ମେଚିଙ୍ଗ ଗ୍ରାଟଂ ପୂର୍ତବନ ବିଧାୟକ ହାତ ପାଣ୍ଠିରୁ ପ୍ରଦାନ କରିଥିଲେ ।

ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଓ ଦ୍ୱିତୀୟ କିସ୍ତିରେ ନବନିର୍ମିତ ପୋଷାକ ପରିବର୍ତନ ଗୃହ ଓ ପରିଶ୍ରାଗାର ପାଇଁ ଅନୁଦାନ ଆସିଥିଲା । ଏବେ ଏହି ଗୃହ ବ୍ୟବହାର ନ ହୋଇ ଏକ ଜରାଜୀର୍ଣ୍ଣ କୋଠାରେ ପରିଣତ ହୋଇଛି । ବାହାର କାନ୍ଥ ପଟୁ ଫାଟ ଚିହ୍ନ ହୋଇଥିବା ବେଳେ ସିମେଣ୍ଟ ଲେପ ଦିଆଯାଇଛି ।

ଏହି ମିନିଷ୍ଟାଡିୟମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ୱେ ବ୍ୟବହାରରେ ଆସୁନଥିବା ଯୋଗୁଁ ଆଲୋଚନା ବିଷୟ ବସ୍ତୁ ପାଲଟିଛି । ଏବେ ଖେଳାଳୀ ମାନଙ୍କ ପାଇଁ କିପରି ଆବଶ୍ୟକରେ ଆସିବ ସେନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।

ଏହି ପୋଷାକ ପରିବର୍ତନ ଗୃହ ଓ ପରିଶ୍ରାଗାର ନିର୍ମାଣ ପାଇଁ ୯.୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଏବେ ଭୂତ କୋଠରୀରେ ପରିଣତ ହୋଇଛି । ସେପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ଟିଣରେ କବାଟ ଓ ଝରକା ନିର୍ମିତ ହୋଇଛି । ଏଠାରେ ନା ପରିଶ୍ରାଗାର ଅଛି, ନା ଲାଟ୍ରିନ ପାଇଁ ନିର୍ମାଣ ହୋଇଛି । ଏପର୍ଯ୍ୟନ୍ତ ବିଦ୍ୟୁତ ମଧ୍ୟ ସଂଯୋଗ ହୋଇନାହିଁ । ଏଭଳି ଭାବେ ସରକାରୀ ଯୋଜନା ନାମରେ ଲକ୍ଷ ଲକ୍ଷ ଟଙ୍କା ଏକ ପ୍ରକାର ଲୁଟ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.