ମହୁପଦର ଗ୍ରାମରେ ବିଶ୍ୱ କନ୍ୟା ଦିବସ ପାଳିତ : ବାଳିକା ସବୁ କ୍ଷେତ୍ରରେ ଆଗୁଆ

0 106

ଆସିକା,୧୦/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ମହୁପଦର ପଞ୍ଚାୟତ ପାତ୍ରପୁର ଗ୍ରାମରେ ବିଶ୍ୱ କନ୍ୟା ଦିବସ ପାଳିତ ହୋଇଛି । ବ୍ରହ୍ମପୁର ରେଷ୍ଟଲେସ ଡିଭେଲେପମେଣ୍ଟ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୁପେ ମହୁପଦର ପଞ୍ଚାୟତ ଟୁକୁନା ଦାଶ, ମୁଖ୍ୟବକ୍ତା ରୁପେ ପ୍ରଧାନ ଶିକ୍ଷକ ବିଷିକେଶନ ନାତୁଆ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାମକୃଷ୍ଣ ସାହୁ, ଜି.ଆର.ଏସ ଗଜେନ୍ଦ୍ର ଗୈାଡ, ରେଷ୍ଟଲେସ ଡିଭେଲେପମେଣ୍ଟ ଏଗଜିକ୍ୟୁଟିଭ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଆଜିର ସମାଜରେ ବାଳିକା ସବୁ କ୍ଷେତ୍ରରେ ଆଗୁଆ ସାଙ୍ଗକୁ ଜୀବନର ସମସ୍ତ ଆହ୍ୱାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ ହୋଇଛି । ଭବିଷ୍ୟରେ ବଡ ହୋଇ ପରିବାର ସମ୍ଭାଳିବା ସହ ଦେଶର ନେତୃତ୍ୱ, ଦେଶ ରକ୍ଷା କ୍ଷେତ୍ରରେ ମୁଖ୍ୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପ୍ରତି ସଜାଗ ହୋଇଛନ୍ତି । ଆଜିର ବାଳିକା କାଲିର ମହିଳା ହୋଇ ନିଜର ଦାୟିତ୍ୱବୋଧ ଠିକ ଭାବେ ତୁଲାଇବାକୁ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ।

ପ୍ରତିବର୍ଷ ଅକ୍ଟୋବର ୧୧ କୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଉଥିବା ବେଳ ବାଳିକା ମାନଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଉଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

କନ୍ୟା ମାନେ କିଭଳି ପ୍ରତି କ୍ଷେତ୍ରରେ ଭାଗ ନେଇ ସ୍ୱାବଲମ୍ବୀ ଏବଂ ରୋଜଗାରକ୍ଷମ ହୋଇପାରିବେ, ସମସ୍ତ ଶିଶୁ କନ୍ୟା ଶିକ୍ଷା ଗ୍ରହଣ କରିବେ ଏବଂ ଶିକ୍ଷା ହିଁ ଉନ୍ନତିର ମୂଳଦୁଆ ପ୍ରସଙ୍ଗକୁ ନେଇ ଛାତ୍ରୀ ମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା ।

ବିଶ୍ୱ କନ୍ୟା ଦିବସ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବର୍ଷାରାଣୀ ସ୍ୱାଇଁ, ମେଘାରାଣୀ ସ୍ୱାଇଁ, କାବେରୀ ସ୍ୱାଇଁ, ଇଶ୍ୱରୀ ସ୍ୱାଇଁଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ରେଷ୍ଟଲେସ ଡିଭେଲପମେଟଂ ୟୁଥ ଫେସିଲିଟେଟର ନିରାକାର ବିଷୋୟୀ ସଂଯୋଜନା କରିଥିବା ବେଳେ ସ୍ୱେଚ୍ଚାସେବୀ କୃଷ୍ଣ ବାଡତ୍ୟା ପରିଚାଳନାରେ ସହଯୋଗ କରିଥିଲେ ।

ମହୁପଦର ପଚାଂୟତର ବହୁ ଅଭିଭାବକ, ମାନ୍ୟଗଣ ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମର ଯୋଗ ଦେଇ ସଫଳ ରୂପାୟନରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.