Cleanliness program by Aska Satya Saibaba Seva SamitiCleanliness program by Aska Satya Saibaba Seva Samiti

ଆସିକା,୧୪/୧୦ (ଶୁଣାକଥା) ମନୋଜ କୁମାର ନାୟକ : ସାରା ରାଜ୍ୟରେ ସତ୍ୟ ସାଇବାବାଙ୍କ ଅବତାର ଉଦଘୋଷଣା ଦିବସ ପାଳନ କରାଯାଉଛି । ଗତ ଅକ୍ଟୋବର ୨ ତାରିଖରୁ ଆସନ୍ତା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଦିର୍ଘ ୧୯ ଦିନ ସ୍ୱଚ୍ଚତା କାର୍ଯ୍ୟକ୍ରମ ଅନୁଷ୍ଠୀତ ହେବ । ଏହି ଅବସରରେ ଆସିକା ସତ୍ୟ ସାଇବାବା ସେବା ସମମିତି ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଚତା ସେବା କାର୍ଯ୍ୟକ୍ରମ ହୋଇଛି ।

ଆସିକା ସତ୍ୟ ସାଇବାବା ସେବା ସମିତି ପକ୍ଷରୁ ଆଜି ସ୍ୱଚ୍ଚତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଖମ୍ବେଶ୍ୱରୀପାଟଣ ମନ୍ଦିର, ପୁଡୁଗେଶ୍ୱରପଲ୍ଲୀ ମନ୍ଦିର, ରାମେଶ୍ୱର ମନ୍ଦିର, କାଳୀମୂଖୀ ମନ୍ଦିର ପ୍ରଭୃତି ମନ୍ଦିର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଚତା ରହିବା ଦ୍ୱାରା ଦିବତ୍ୱ ପ୍ରାପ୍ତ ହେବ ବୋଲି ସତ୍ୟ ସାଇବାବା ସେବା ସମିତି ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

ଏହି ସଫେଇ କାର୍ଯ୍ୟକ୍ରମରେ ଗଙ୍ଗାଧର ଗୈାଡ, ମନୋଜ ଦାଶ, ବୃନ୍ଦାବନ ନାହକ, ମନୋଜ ମିଶ୍ର, ସନ୍ୟାସୀ ନାହକ, ସହଦେବ ନାହକ, ପ୍ରଦିପ କୁମାର ରାଉତ, ପ୍ରଦୀପ ସ୍ୱାଇଁ, କୋଟେଶ୍ୱର ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ବୁଦ୍ଧିରାମ ନାୟକ, ବୃନ୍ଦାବନ ପ୍ରଧାନ ସମେତ ବହୁ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରତ୍ୟେକ ଦିନ ଏକ ଘଟାଂଏ ସଫେଇ କରିଥାନ୍ତି ।