ଆସିକା ଏସବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ପିଏମ କିଷାନ ଉର୍ଜା ସୁରକ୍ଷା କର୍ମଶାଳା

0 100

ଆସିକା,୧୪/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଆଜି ପ୍ରଧାନମନ୍ତ୍ରୀ କିଷାନ ଉର୍ଜ୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଚଂଳିକ ପରିଚାଳିକା ଜ୍ୟୋତ୍ସ୍ନା ରାଣୀ ମହାରଣା ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି କର୍ମଶାଳାରେ ୪୧ଟି ଶାଖାର କ୍ଷେତ୍ର ଅଧିକାରୀ ମାନେ ସରକାରଙ୍କ ପିଏମ କିଷାନ ଯୋଜନା ଉପରେ ତାଲିମ ନେଇଥିଲେ । କୃଷି ଓ କୃଷକ ମାନଙ୍କ ପ୍ରଗତିରେ ଯୋଜନାର ଉପାଦେୟତା ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଥିଲା । ଏହା ସହିତ କୃଷି କ୍ଷେତ୍ରରେ ଜଳ ସେଚନ ପାଇଁ ସୈାର ଶକ୍ତି ଚାଳିତ ପମ୍ପ ଋଣ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ଫଳପ୍ରଦ ହେଲେ ଜଳବାୟୁ ପରିବର୍ତନ ସମ୍ପର୍କୀତ ଅସୁବିଧା ବହୁ ମାତ୍ରାରେ ଦୂର ହୋଇପାରିବ ବୋଲି କର୍ମଶାଳାରେ ଆଲୋକପାତ କରାଯାଇଥିଲା ।

ଓଡିଶା ଶାଖା ପ୍ରବନ୍ଧକ ମିହିର କୁମାର ବାରିକ ଯୋଜନା ସମ୍ପର୍କୀତ ବିବରଣୀ ଉପସ୍ଥାପନ କରିଥିଲେ । ଏଥିରେ ୬୦ ପ୍ରତିଶତ ସବସିଡି ମିଳିବା ସହିତ ସହଜରେ ବ୍ୟାଙ୍କ ଋଣ ସୁବିଧା ରହିଛି । ଏହାଦ୍ୱାରା କ୍ଷୁଦ୍ର ଚାଷି, ନାମ ମାତ୍ର ତଥା ଅନ୍ୟାନ୍ୟ ବୃହତ କୃଷକ ଯୋଜନାରେ ଉପକୃତ ହୋଇପାରିବ ବୋଲି ବ୍ୟାଙ୍କିଙ୍ଗ ପରାମର୍ଶ ଦାତା ବ୍ରଜକିଶୋର ନାୟକ ସୂଚନା ପ୍ରଦାନ କରିଥିଲେ । ଏହି ଯୋଜାନକୁ ପ୍ରତି ଶାଖାରେ ଲାଗୁ କରିବା ପାଇଁ ବ୍ୟାଙ୍କ ମୂଖ୍ୟ ପରିଚାଳକ(ଋଣ) ପ୍ରଶାନ୍ତ କୁମାର ପ୍ରଧାନ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.