Congratulations to the new MD of sugar factory aska from the Gayatri familyCongratulations to the new MD of sugar factory aska from the Gayatri family

ଆସିକା,୩/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଏସିଆ ମହାଦେଶର ସର୍ବ ପୁରାତନ ଆସିକା ସମବାୟ ଚିନିଶିଳ୍ପରେ ନୂତନ ଏମ.ଡି ଭାବେ ଗାୟତ୍ରୀ ଦତ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ସାନଖେମୁଣ୍ଡି ବିଡିଓ ରୁପେ କାର୍ଯ୍ୟ କରୁଥିଲେ । ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସମବାୟ ଚିନିଶିଳ୍ପରେ ଏମ.ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟ କରିବା ପର ଠାରୁ ତାଙ୍କୁ ଶୁଭେଚ୍ଚାର ସୁଅ ଛୁଟିବାରେ ଲାଗିଛି ।

ଏହି ଅବସରରେ ଆଜି ଆସିକା ଗାୟତ୍ରୀ ପରିବାର ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାର୍ଗତ ସମ୍ଭର୍ଦ୍ଧନା କରାଯାଇଥିଲା । ହୁଳହୁଳି ଦେଇ ଚନ୍ଦନ ଟିପା ଦେଇ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା । ସେ ଆସିକା ଅଚଂଳର ଗୈାରବ ଓ ଏସିଆ ମହାଦେଶର ଏକ ମାତ୍ର ଚିନିଶିଳ୍ପକୁ ସୁପରିଚାଳନା କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଆସିକା ଚିନିଶିଳ୍ପର ନୂତନ ଏମ.ଡି ଭାବେ କାର୍ଯ୍ୟଭାର ନେବା ପରେ ଚିନିଶିଳ୍ପର ଆଖୁ ଚାଷର ଉନ୍ନତି, ଚାଷୀର ସମସ୍ୟା ପ୍ରତି ଧ୍ୟାନ ଦେବା, କାରଖାନାର ବ୍ୟବସାୟିକ ଉନ୍ନତି, କର୍ମଚାରୀ ମାନଙ୍କ ସମସ୍ୟା ଓ ସୁବିଧା ବିଷୟରେ ବୁଝିବା, କାରଖାନାର ଯାନ୍ତ୍ରୀକ ଉନ୍ନତି, ସରକାରୀ ଅନୁଦାନର ବିନିଯୋଗ, ଆଭ୍ୟନ୍ତରଣୀୟ କାର୍ଯ୍ୟରେ ଉନ୍ନତି ପ୍ରତି ଗୁୁରୁତ୍ୱ ଦେବେ ସେ ପ୍ରତିଶୃତି ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ମୁଖ୍ୟ ସଦସ୍ୟ ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ, ପାଣ୍ଡବ ଗୈାଡ, ଚିତ୍ରସେନ ଡାକୁଆ, କାଳୁ ମହାରଣା, ହରି ଜେନା, ଦ୍ୱିତିକୃଷ୍ଣ ଦାଶ, ବାବୁଲା ମହାନ୍ତି, ସନ୍ତୋଷ ନାୟକ, ଦୟା ଜେନା, ଗାୟତ୍ରୀ ମହାଯଜ୍ଞ ସମିତି ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ପାଣିଗ୍ରାହି, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ପୋଲାଇ, ଅନିଲ କୁମାର ନାୟକ ସମେତ ଆସିକା ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

You missed