ଆସିକାରେ ଇସ୍କନ ମନ୍ଦିର ଓ ପ୍ରବଚନ ନିମନ୍ତେ ଭୂମି ପୂଜନ ଉତ୍ସବ

0 85

ଆସିକା,୨୭/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଇସ୍କନ ଅନୁମୋଦିତ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ନାମହାଟ ସଂର୍କୀତନ ଆସିକା ଶାଖା ପକ୍ଷରୁ ଏନଏସି ୱାର୍ଡ ନମ୍ବର-୫ ମହାତ୍ମାଗାନ୍ଧୀ ରୋଡ ସାନ ମୁନୀ ସାହି ଠାରେ ଇସ୍କନ ମନ୍ଦିର ଓ ପ୍ରବଚନ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ କଟକ ଇସ୍କନ ମନ୍ଦିର ମୁଖ୍ୟ ପରିଚାଳକ ଶ୍ରୀମଦ ଭକ୍ତି ପ୍ରାଣ ଗୋପୀନାଥ ସ୍ୱାମୀ ମହାରାଜ, ଆଙ୍କୁଶପୁର ଇସ୍କନ ମନ୍ଦିର ଉପସଭାପତି ହରିପଦ ଦାଶ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଏନଏସି ଉପାଧ୍ୟକ୍ଷ ଜୟନ୍ତି ବିଷୋୟୀ, ବିଜେଡି ମହିଳା ନଗର ସଭାନେତ୍ରୀ ଏମ.ରଶ୍ମିତା ସେନାପତି, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ନେତା ଅଭିମନ୍ୟୁ ନାହକ, ବରିଷ୍ଠ ପୂର୍ବତନ କାଉନସିଲର ଏମ.ତାରିଣୀ ସେନାପତି, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲାପରିଷଦ ବି.ମନୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଆସିକା ସହର ବଦାନ୍ୟ ବ୍ୟକ୍ତି ବିପିନ ବିହାରୀ ପଣ୍ଡା ଏବଂ ତାଙ୍କ ଭାଇ ମାନଙ୍କ ଜାଗାକୁ ଆସିକା ଇସ୍କନ ମନ୍ଦିର ଦାୟିତ୍ୱରେ ଥିବା ମହାରାଜଙ୍କୁ ହସ୍ତାନ୍ତର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟବସାୟୀ ରମେଶ ଚନ୍ଦ୍ର ପଣ୍ଡା, ଯୁବ ବିଜେଡି ନେତା ଦେବାଶିଷ ପଣ୍ଡା, ପ୍ରଦୀପ ମୁନୀ, ଆକାଶ ସ୍ୱାଇଁ, ପ୍ରତାପ କୁମାର ପ୍ରଧାନ, ଜୟସେନ ସ୍ୱାଇଁ ସମେତ ବହୁ ଇସ୍କନ ପ୍ରେମୀ ଯୋଗ ଦେଇଥିଲେ ।

ଏହି ଅବସରରେ ଆସିକା ଅଚଂଳର ଇସ୍କନ ଭକ୍ତ ମାନେ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ନଗର ପରିକ୍ରମା କରିବା ପରେ ଆସିକା ଇସ୍କନ ମନ୍ଦିର ଭୂମି ପୂଜନ ସ୍ଥାନରେ ପହଁଚି ଥିଲେ । ଆସିକାରେ ହରିନାମ ସଂର୍କୀତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.