Demand letter to BDO regarding Pachanayat Samiti meetingDemand letter to BDO regarding Pachanayat Samiti meeting

ଆସିକା,୨୦/୮ -(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବିଗତ ୧୮ ମାସରୁ ଉର୍ଦ୍ଧ୍ୱ ସମୟ ଧରି ନିୟମିତ ସ୍ଥାୟୀ କମିଟି ବୈଠକ ଏବଂ ଦୁଇ ମାସକୁ ଥରେ ପଞ୍ଚାୟତ ସମିତି ବୈଠକ ହେଉନଥିବାରୁ ଆଜି ବ୍ଲକର ସମିତି ସଭ୍ୟ ମାନେ ଆସିକା ବିଡିଓ ଫକୀର ଚରଣ ପରିଡାଙ୍କୁ ସ୍ୱାକ୍ଷର ସମ୍ଭଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ନିତୀନିୟମକୁ ଖୁଲମ ଖୋଲା ଉଲଘଂନ ଏବଂ ଗତ ନଭେମ୍ବର ମାସ ଠାରୁ ପଚାଂୟତ ସମିତି ବୈଠକ ହୋଇନଥିବା, ବାରମ୍ବାର ସମିତି ବୈଠକ ନାମରେ ତାରିଖ ପରିବର୍ତନ କରିବା ନେଇ ଅଭିଯୋଗ କରାଯାଇଛି । ଏନେଇ ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ପଚାଂୟତ ସମିତି ଅଧ୍ୟକ୍ଷଙ୍କ ସମେତ ୧୯ ଜଣ ସମିତିଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର ଆସିକା ବିଡିଓ ଫକୀର ଚରଣ ପରିଡାଙ୍କ ଜରିଆରେ ଭଞ୍ଜନଗର ଉପଜିଲ୍ଲାପାଳ, ଛତ୍ରପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପ୍ରଦାନ କରାଯାଇଛି ।

ଏହା ସହିତ ଆସିକା ପଚାଂୟତ ସମିତିରେ ନିୟମିତ ଦୁଇ ମାସକୁ ଥରେ ବୈଠକ ନହୋଇ ବିନା ସମିିତିର ଅନୁମୋଦନକ୍ରମେ କିପରି ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି ବୋଲି ପ୍ରଶ୍ନ କରିଥିଲେ । ଓଡିଶା ପଚାଂୟତ ସମିତି ଅଧିନିୟମ ୧୯୫୯ ଧାରା ୧୮ ନିୟମ ୦୩/୦୪ ଅନୁସାରେ ପଚାଂୟତ ସମିତି ବୈଠକ ପ୍ରତି ଦୁଇ ମାସକୁ ଥରେ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର ନିୟମ ରହିଛି । ୧୯୫୯ ଧାରା ୧୮ ନିୟମ ୦୬/୦୭ ଅନୁସାରେ ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ବିଡିଓ ବୈଠକ ପାଇଁ କାର୍ଯ୍ୟସୂଚି କରିବେ ।

ଏହି ବୈଠକରେ ସମ୍ବିଧାନର ଏକାଦଶ ଅନୁସୂଚିରେ ପଚାଂୟତରାଜ ଅନୁଷ୍ଠାନ ପ୍ରଦତ ୨୯ ଗୋଟି ବିଷୟ ଉପରେ ଆଲୋଚନା ହୋଇ କାର୍ଯ୍ୟକାରୀ ହେବାର ନିୟମ ରହିଛି । ପଚାଂୟତ ସମିତି ଅଧିନରେ ନିୟମ ୨୦୦୦ ଅନୁସାରେ ସାତ ଗୋଟି ସ୍ଥାୟୀ କମିଟି ଗଠନ କରିବାର ନିୟମ ସାଙ୍ଗକୁ ଯୋଜନା, ଅର୍ଥ, ଦରିଦ୍ର ଦୂରୀକରଣ ସମନ୍ୱୟ କମିଟି, କୃଷି, ଜଳ ଛାୟା ବିକାଶ ଓ ମତ୍ସ୍ୟ ଚାଷ କମିଟି, ନିର୍ମାଣ କାମ, ଜଳସେଚନ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ପରିମଳ କମିଟି, ସ୍ୱାସ୍ଥ୍ୟ, ମହିଳା, ଶିଶୁ ବିକାଶ ସମେତ ସାମାଜିକ କଲ୍ୟାଣ କମିଟି, ସାଧାରଣ ବଟଂନ ବ୍ୟବସ୍ଥା, ଦୁର୍ବଳ ଶ୍ରେଣୀ କଲ୍ୟାଣ, ଜଙ୍ଗଲ ଜାଳେଣି ଓ ଗୋ ଖାଦ୍ୟ କମିଟି, ହସ୍ତ ଶିଳ୍ପ, କୁଟୀର ଶିଳ୍ପ, ଖଦି ଓ ଗ୍ରାମ୍ୟ ଉଦ୍ୟୋଗ, ଗ୍ରାମ୍ୟ ଗୃହ ନିର୍ମାଣ କମିଟି, ଶେଷରେ ଶିକ୍ଷା, ସଂସ୍କୃତି ଓ କ୍ରୀଡା କମିଟିର ବୈଠକ ମଧ୍ୟ ନିୟମିତ ହେଉନାହିଁ ।

ଆଶ୍ଚର୍ଯ୍ୟର କଥା ଆସିକା ବ୍ଲକ ପଚାଂୟତ ସମିତି ବୈଠକର ବିନା ଅନୁମୋଦନରେ ଦିର୍ଘ ମାସ ହେଲା ବିଡିଓ ଓ ଅଧ୍ୟକ୍ଷା କିପରି, କାହା ପ୍ରରୋଚନାରେ ଏବଂ କାହା ସ୍ୱାର୍ଥରେ ୨୭ଟି ପଚାଂୟତରେ କାର୍ଯ୍ୟ ଚଳାଉଛନ୍ତି ତାହା ସାରା ଓଡିଶାରେ ଏକ ଅନୁସନ୍ଧାନର ବିଷୟ ପାଲଟିଥିବା ଆସିକା ବ୍ଲକ ସମିତି ସଦସ୍ୟ ମାନେ ଦାବୀ ପତ୍ରରେ ଦର୍ଶାଇଥିବା ଜଣାଯାଇଛି । ବ୍ଲକରେ ଦକ୍ଷ ପ୍ରଶାସନିକ ଅଧିକାରୀ କିଭଳି ଜନ ପ୍ରତିନିଧି ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଏବଂ ବ୍ଲକରେ ଦୁର୍ନୀତିର ବାସ୍ନା ବାରି ହେଉଥିବା ଅଭିଯୋଗ କରିଥିଲେ ।

ବଡ ପରିତାପର ବିଷୟ ଏହିକି ଯେ ଦାବୀ ପତ୍ର ପ୍ରଦାନ ବେଳେ ଆସିକା ବିଡିଓ ଫକୀର ଚରଣ ପରିଡା କୁଆଡେ ସମିତିସଭ୍ୟ ମାନଙ୍କୁ ଚିହ୍ନି ପାରିନଥିବା ମଧ୍ୟ ଅଭିଯୋଗ କରିଥିଲେ । ଆସନ୍ତା ଦଶ ଦିନ ମଧ୍ୟରେ ଯଦି ସମିତି ବୈଠକ ନ ଡକାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ପ୍ରତିକ୍ରିୟା ମିଳିଛି ।

ଏହି କାର୍ଯ୍ୟକ୍ରମରେ ଦାବୀ ପତ୍ର ପ୍ରଦାନ ବେଳେ ବାବନପୁର ସମିତିସଭ୍ୟ ସନ୍ତୋଷ କୁମାର ଜେନା,ହରିଡାପଦର ସମିତିସଭ୍ୟ ତ୍ରିନାଥ ବେହେରା, ଜୟପୁର ସମିତିସଭ୍ୟ ଅମିତ କୁମାର ସାଙ୍ଗକୁ ନିମିନା, ଆଲିପୁର, ବାଲିସିରା, ବାଲିଛାଇ ପ୍ରମୁଖ ସମିତିସଦସ୍ୟ ମାନେ ଯୋଗ ଦେଇଥିଲେ ।