Junior level science fair at Aska Saraswati Sisu Vidya MandiraJunior level science fair at Aska Saraswati Sisu Vidya Mandira

ଆସିକା,୧୧/୮(ଶୁଣାକଥା) ମନୋଜ କୁମାର ନାୟକ : ଆସିକା କଳିଙ୍ଗ ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ସେନାପତି, ଦକ୍ଷିଣ ପୂର୍ବ ସମ୍ଭାଗ ସମ୍ପାଦକ ଦିପକ କୁମାର ମହାରଣା, ଦକ୍ଷିଣ ପୂର୍ବ ସମ୍ଭାଗ ନୀରିକ୍ଷକ ସରୋଜ କୁମାର ପଟ୍ଟନାୟକ, ଆସିକା ବିଧାୟକ ପ୍ରତିନିଧି ସନ୍ଦିପ ପାଢି, ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୈାଡ ପ୍ରମୁଖ ଅତିଥି ଭାବେ ଯୋଗ ଦ ଦେଇଥିଲେ ।

ଏହି ଜ୍ଞାନ ବିଜ୍ଞାନ ମେଳାରେ କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ, ପୁରୁଷୋତମପୁର, ମୁଣ୍ଡମରାଇ,କଙ୍କୋରଡା, ଶିକିରୀ, କୁକୁଡାଖଣ୍ଡି ପ୍ରମୁଖ ବିଦ୍ୟାଳୟରୁ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଜ୍ଞାନ ବିଜ୍ଞାନ ମେଳାରେ ଯୋଗ ଦେଇଥିଲେ । ଏହ କାର୍ଯ୍ୟକ୍ରମରେ ଶିଶୁ ମାନେ ଜଣେ ଜଣେ କୁନି ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଭବିଷ୍ୟତରେ ଶିଶୁ ମାନେ ବୈଜ୍ଞାନିକ ହେବା ପାଇଁ ଜ୍ଞାନ ବିଜ୍ଞାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ ରହିଛି । ଯଦ୍ୱାରା ପାଠ ପଢା ସାଙ୍ଗକୁ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ଲୁକ୍କାୟିତ ଜ୍ଞାନ ପ୍ରକାଶିତ ହୋଇଥାଏ ।

ଜନସଂଖ୍ୟା ବୃଦ୍ଧି ହେତୁ ଆମ ଚାରିପଟେ ଥିବା ପ୍ରାକୃତିକ ସମ୍ପଦ, ଖାଦ୍ୟ, ବସ୍ତ୍ର, ଖଣିଜ ପଦାର୍ଥ ପ୍ରଭୃତି ନଷ୍ଟ ହେବାକୁ ଲାଗିଲାଣି । ଏବେ ଠାରୁ ଏହାର ସୁରକ୍ଷା ଦିଗରେ ଗୁରୁତ୍ୱ ରହିଥିବା ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ଦ୍ୱିତୀୟ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରକଳ୍ପ ସାଙ୍ଗକୁ ପତ୍ର ବାଚନ, ପ୍ରୟୋଗ, କଥା କଥନ, ମୃତିକା, ଗଣିତ ପ୍ରଶ୍ନ ମଚଂ, ସଂସ୍କୃତି ଜ୍ଞାନ ଆଦି ବିଷୟ ଉପରେ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଶିଶୁ ବିଦ୍ୟା ମନ୍ଦିରରୁ ଚଣ୍ଡି ପ୍ରସାଦ ବେହେରା, କବିସୂର୍ଯ୍ୟନଗରରୁ ଦାଶରଥି ସ୍ୱାଇଁ, ମୁଣ୍ଡମରାଇରୁ ମହେଶ୍ୱର ସ୍ୱାଇଁ, ପୁରୁଷୋତମପୁରରୁ ନିରଞ୍ଜନ ଡାକୁଆ, କଙ୍କୋରଡାରୁ ସୋମନାଥ ପୋଲାଇ, ଶିିକିରୀରୁ ସରୋଜ ସାହୁ ଏବଂ କୁକୁଡାଖଣ୍ଡିରୁ ପ୍ରଧାନ ଶିକ୍ଷୟତ୍ରୀ ଇ.ଉର୍ମିଳା ପ୍ରମୁଖ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଧରି ଆସିଥିଲେ ।

ଏହି ବିଜ୍ଞାନ ମେଳାକୁ ଚିତ୍ରସେନ ପାତ୍ର, କୃତିବାସ ମହାପାତ୍ର, ପ୍ରଭାସ ସାହୁ, ଗିତାଞ୍ଜଳୀ ପଟ୍ଟନାୟକ, ଗିତାଞ୍ଜଳୀ ସାବତ,ଅନିତା ତ୍ରିପାଠି, ଲିପ୍‌ସା ଦୋରା, ରବୀନ୍ଦ୍ର ସାହୁ,ରାଜାରାମ ଦାଶ ସାଙ୍ଗକୁ ସମସ୍ତ ଗୁରୁଜୀ, ଗୁରୁମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ଏହି ଜ୍ଞାନ ବିଜ୍ଞାନ ମେଳାର ସମାପନ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷା ବିକାଶ ସମିତି ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ କିରଣ କୁମାର ପାଢି ଏବଂ ଆସିକା ସଙ୍କୁଳ ପ୍ରମୁଖ ଜଗନ୍ନାଥ ସେଠି ଯୋଗ ଦେଇଥିଲେ ।