Disabled Students Parents Day Training Camp at BalisiraDisabled Students Parents Day Training Camp at Balisira

ଆସିକା,୬/୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ତତ୍ୱାବଧାନରେ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଭିଭାବକଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଶିିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଆସିକା ଏ.ବି.ଇ.ଓ ଭଞ୍ଜ ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ କେନ୍ଦୁପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ବଳ ଶିକ୍ଷକ ମନୋଜ କୁମାର ତ୍ରିପାଠୀ, କେ.ନୂଆପଲ୍ଲୀ କ୍ଲଷ୍ଟର ସି.ଆର.ସି.ସି ଅର୍ଚ୍ଚନା ବେହେରା, ଗୋଷ୍ଠି ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପରିବାର ଏବଂ ବିଦ୍ୟାଳୟ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ, ଦିବ୍ୟାଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ପିତାମାତା ଓ ଅଭିଭାବକ, ସହପାଠୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଭୂମିକା, ବିଭିନ୍ନ ସହାୟକ ଉପକରଣର ଯତ୍ନ, ସରକାରୀ ଓ ବେସରକାରୀ ସ୍ଥଳରୁ ମିଳୁଥିବା ବିଭିନ୍ନ ସହାୟତା ସମ୍ଭନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଦିନିକିଆ ତାଲିମ ଶିବିରରେ ନିମିନା, କେନ୍ଦୁପଦର, ବାଲିସିରା, ଗଙ୍ଗାପୁର, କେ.ନୂଆପଲ୍ଲୀ ପ୍ରମୁଖ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଯୋଗ ଦେଇଥିଲେ ।

କେନ୍ଦୁପଦର ସିଆରସିସି ରଞ୍ଜିତା ପାତ୍ର, ନିମିନା କ୍ଲଷ୍ଟର ସିଆରସିସି ନାରାୟଣ ସାହୁ, ବାଲିସିରା ସିଆରସିସି ହରିବନ୍ଧୁ ବେହେରା, ଗଙ୍ଗାପୁର କ୍ଲଷ୍ଟର ସିଆରସିସି ଚନ୍ଦ୍ରଶେଖର ସ୍ୱାଇଁ, ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ରାମନାଥ ପଟ୍ଟନାୟକ, ଅନ୍ତନିର୍ବେଶୀ ଶିକ୍ଷା ସ୍ୱେଚ୍ଚାସେବୀ ଅନିଲ କୁମାର ବିଷୋୟୀ, ଶିବ ଶଙ୍କର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।