ଆସିକା,୮/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଧନୁ ପହଲି ଭୋଗ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ରାହ୍ମଣ ମହାସଂଘର ବରିଷ୍ଠ ପଣ୍ଡିତ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଗଙ୍ଗାଧର ଶତପଥି ସାଙ୍ଗଠନିକ ବିଭିନ୍ନନ କାର୍ଯ୍ୟ ଶୈଳୀ ଉପରେ ଆଲୋଚନା କରିଥିଲେ । ଏହା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପ୍ରସ୍ଥାବ ମାନ ଆଗତ ହୋଇଥିଲା । ବ୍ରାହ୍ମଣ କର୍ମକାଣ୍ଡବିତ୍, ସୁପକାର ଓ ମନ୍ଦିର ପୂଜକ ମାନେ ଲଗାତର ଅବହେଳିତ ଓ ଆର୍ଥିକ ଅନଗ୍ରସର ହୋଇଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଚିନ୍ତା ପ୍ରକଟ କରାଯାଇଥିଲା । ଏଣୁ ବ୍ରାହ୍ମଣ ମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଦାବୀ କରାଯାଇଥିଲା ।
![](https://sunakatha.com/wp-content/uploads/2025/01/IMG-20250108-WA0243-2-1024x538.jpg)
ଆସିକା ଅଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣ ତଥା ଜନସାଧାରଣଙ୍କ ନିମନ୍ତେ ଭୁବନ୍ଦୋବସ୍ତ ଜନିତ କାରଣରୁ ଘରବାରି ପଟ୍ଟା ନଥିବାରୁ ଆର୍ଥିକ ଦୂରାବସ୍ଥା ସମୟରେ ନିଜ ସମ୍ପତିକୁ ଉପଯୋଗ କରି ନପାରି ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା । ତେଣୁ ସରକାର ତୁରନ୍ତ ଭୁବନ୍ଦୋବସ୍ତ କାର୍ଯ୍ୟ କରିବା, ଋଷିକୁଲ୍ୟା ଓ ବଡନଦୀର ମଧ୍ୟ କ୍ଷେତ୍ର ବୁଡତୋଟାର ଉନ୍ନୟନ କାର୍ଯ୍ୟରେ ସରକାର ଦୃଷ୍ଟି ଦେବା ପାଇଁ ଆଲୋଚନା କରାଯାଇଥିଲା । ଆସନ୍ତା ବୈଶାଖୀ ଅକ୍ଷୟ ତୃତୀୟା ତିଥିରେ ସଂଘ ପକ୍ଷରୁ ଗରିବ ବାଳକ ମାନଙ୍କ ପାଇଁ ସାମୂହିକ ବ୍ରତୋପନୟନ କାର୍ଯ୍ୟ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂଘରେ ବରିଷ୍ଠ ସଦସ୍ୟ, ପଣ୍ଡିତ, ଶିକ୍ଷାବିତ ସାଙ୍ଗକୁ ଆଇନଜୀବୀ ନାରାୟଣ ମୁନୀ, ଛବିଳରାମ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଦିଲ୍ଲିପ କୁମାର ପାଣିଗ୍ରାହୀ, ଅନିଲ କୁମାର ପାଣିଗ୍ରାହୀ, ସନ୍ତୋଷ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ସରୋଜ ଦାଶ, ଶକ୍ତି ପ୍ରସାଦ କର, ପ୍ରସନ୍ନ କୁମାର ତ୍ରିପାଠି, ପ୍ରତାପ ମିଶ୍ର, ବନମାଳି ସାମନ୍ତରା, ନିରୋଜ ପାଢି, ପଣ୍ଡିତ ସୀତାରାମ ଦାଶ, ପଣ୍ଡିତ ମୃତ୍ୟୁଞ୍ଜୟ ଆଚାର୍ଯ୍ୟପୂଜକ ନୀଳ ମାଧବ ଦାଶ, ସୁରେନ୍ଦ୍ର ନାଥ ଦାଶ, ଉପେନ୍ଦ୍ର ନାଥ ଦାଶ, ସୁପକାର ଦିନେଶ ତ୍ରିପାଠି, ଭବାନୀ ପ୍ରହରାଜ ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ ।