ଆସିକା,୮/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷାଧୀନ ଗୁଣ୍ଠପଡା ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକା ବି.ଇ.ଓ ମୁନରାଣୀ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ଜିଲ୍ଲା ସାଇନ୍ସ ସୁପରଭାଇଜର ରାମଚନ୍ଦ୍ର ମହାରଣା, ଅବସରପ୍ରାପ୍ତ ରେଳବାଇ ଷ୍ଟେସନ ମାଷ୍ଟର ତଥା ବିଦ୍ୟାଳୟ ଆଲ୍ୟୁମିନି ସୁରେନ୍ଦ୍ର ନାଥ ପଣ୍ଡା, ନିମନ୍ତ୍ରିତ ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ଗୁଣ୍ଠପଡା ସରପଚଂ ଶୈଳବାଳା ଦଳାଇ, ସମିତିସଭ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ପୁରସ୍କାର ବିତରଣ ଉତ୍ସବକୁ ସଂଯୋଜନା କରିଥିଲେ । ଏହି ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇଥିଲା । ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ମନ୍ଦାକିନୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ସ୍ୱର୍ଗତ ରଘୁନାଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ଓ ମେଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଶିକ୍ଷା ହେଉଛି ସମସ୍ତଙ୍କ ମୈାଳିକ ଅଧିକାର । ପ୍ରତ୍ୟେକ ବିଦ୍ୟାର୍ଥୀ ବିଦ୍ୟାଳୟର ମହତ୍ୱ ଅତୁଳନୀୟ । ବିଦ୍ୟାର୍ଥୀ ଲାଗି ବିଦ୍ୟାଳୟ ଯେତିକି ପବିତ୍ର, ସେତିକି ଆମୋଦର ସ୍ଥାନ । ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ସାଙ୍ଗକୁ ଉତମ ମଣିଷ ଗଠନରେ ଭୁମିକା ଗ୍ରହଣ କରି ଆସୁଛି । ବିଦ୍ୟାଳୟ ଲାଗି ଆମେ ସର୍ବଦା ଗୈାରବାନ୍ୱିତ ହେବା ଆବଶ୍ୟକ । ବିଦ୍ୟାଳୟ କହିଲେ କେବଳ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ଅଧ୍ୟୟନର କ୍ଷେତ୍ର ନୁହେଁ । ବହୁମୂଖୀ ପ୍ରତିଭା ଅର୍ଜନ କରିବା ଲାଗି ଏହା ହେଉଛି ପ୍ରକୃଷ୍ଟ ସ୍ଥାନ । ଛାତ୍ରଛାତ୍ରୀ ନିଜ ନିଜ ରୁଚି ଅନୁସାରେ ଦକ୍ଷତା ଅର୍ଜନ ଓ ପ୍ରଦର୍ଶନ କରିବାରେ ସୁଯୋଗ ପାଇଥାନ୍ତି । ଆଉ ଏହାକୁ ଦୃଷ୍ଟି ଦେବା ନେଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦୃଷ୍ଟି ସବୁବେଳେ ରହିଥାଏ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ଏହି ବିଦ୍ୟାଳୟରେ ପ୍ରାୟ ୨୦୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ର, ସଂସ୍କୃତି ଶିକ୍ଷକ ସୁଶୀଳ ମୋହନ ପାତ୍ର, ସହକାରୀ ଶିକ୍ଷୟତ୍ରୀ ସୁନୀତା ପରିଛା, ଇଶ୍ୱରୀ ମହାପ।।ତ୍ର, ମନ୍ଦାକୀନି ପ୍ରଧାନ, ସଂଧ୍ୟାରାଣୀ ବେହେରା, କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର, ବିଦ୍ୟାଳୟ କିରାଣୀ ଆଶାଲତା ପ୍ରଧାନ, ପିଅନ ପ୍ରଶାନ୍ତ କୁମାର ମୁନୀ ପ୍ରମୁଖ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ସୁନୀତା ପରିଛା ଉପସ୍ଥିତ ସମସ୍ତ ଅତିଥି, ମାନ୍ୟଗଣ ବ୍ୟକ୍ତି , ବୁଦ୍ଦିଜୀବୀ ଓ ଅଭିଭାବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।