ଆସିକା,୭/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଦେବଭୂମି ପଞ୍ଚାୟତ କର୍ପୁର ନୂଆଗାଁ ଜାତୀୟ ରାଜପଥ – ୧୫୭ ରେ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଲା ଭାରିଯାନା ଟ୍ରକ । ଏହି ଦୁର୍ଘଟଣାରେ ଭାରିଯାନ ଟ୍ରକଟି ଭାରସାମ୍ୟ ହରାଇଥିବା ବେଳେ ଟ୍ରକରେ ଥିବା ବିନା ଷ୍ଟିକର ଯୁକ୍ତ ଫର୍ଟିଫାଏଡ ଭିନାମିନ ଚାଉଳ ମଝି ରାସ୍ତାରେ ପଡି ରହିଥିଲା । ଟ୍ରକଟି ଛତିଶିଗଡରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଯାଉଥିବା ବେଳେ ଦୁର୍ଘଟଣାଟି ଘଟିଥିଲା ।

ଏହି ଦୁର୍ଘଟଣାରେ କାହିରିକୁ କୈାଣସି ଆଘାତ ହୋଇନଥିବା ବେଳେ ଦିର୍ଘ ସମୟ ଧରି ଫର୍ଟିଫାଏଡ ଚାଉଳ ରାସ୍ତାରେ ପଡିରହିଥିଲା । ପ୍ରକାଶ ଥାଉକି ଦାରିଦ୍ର ସୀମା ରେଖା ତଳେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଲୋକଙ୍କୁ ପି.ଡି.ଏସ ଚାଉଳ ଦିଆଯାଉଛି । ଗାଁ ଗାଁରେ ଲୋକେ ପି.ଡି.ଏସ ଚାଉଳ ପାଉଛନ୍ତି । ଲୋକଙ୍କୁ ପି.ଡି.ଏସ ଚାଉଳରେ ସ୍ୱତନ୍ତ୍ର ଫର୍ଟିଫାଏଡ ଚାଉଳ ମିଶାଇ ପିଡିଏସ ଚାଉଳରେ ଯୋଗାଇ ଦିଆଯାଉଛି ।
ଭିଟାମିନ ଅଭାବ ଦୂର ପାଇଁ ଫର୍ଟିଫାଏଡ ରାଇସ ଦିଆଯାଉଛି ଲୋକଙ୍କୁ । ମହିଳାଙ୍କ ପୃଷ୍ଟିହୀନତା ଦୂର ପାଇଁ ଏପରି ବ୍ୟବସ୍ଥା ହୋଇଥିବା ବେଳେ ଏଫ.ଏସ.ଏସ.ଆଇ ମାନଦଣ୍ଡରେ ଏକ କେଜି ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନ ଯୁକ୍ତ ଚାଉଳ ମିଶାଯା୍ଉଛି । ଏହି ଚାଉଳରେ ଲୈାହ ସାର ଫଲିକ ଏସିଡ୍ ଓ ଭିଟାମିନ- ବି ୧୨ ରହିଥାଏ । ଯାହା ଲୋକଙ୍କ ଶରୀରରେ ଥିବା ଭିଟାମିନ ଅଭାବକୁ ଦୂର କରିବ ବୋଲି କୁହାଯାଇଛି ।