In Aska Sunambo Street Puja Mandap Agrapuja Sri GaneshaIn Aska Sunambo Street Puja Mandap Agrapuja Sri Ganesha

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚର୍ତୁଦଶୀରେ ଅଗ୍ରପୂଜ୍ୟ ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପବିତ୍ର ଗଣେଶ ପୂଜା ପାଇଁ ଆସିକା ସହର ଉତ୍ସବ ମୁଖର ପାଲଟିଥିବା ବେଳେ ସୁନାମ୍ବ ସାହିରେ ମଧ୍ୟ ଯୁବ ଗୋଷ୍ଠିଙ୍କ ଦ୍ୱାରା ବେଶ ଧୁମଧାମରେ ଗଣେଶ ପୂଜା ପାଳିତ ହୋଇଛି ।

ଏହି ଅବସରରେ ପୂଜା ମଣ୍ଡପରେ ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ଓ ବିଘ୍ନବିନାଶଙ୍କ ପୂଜାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସକାଳୁ ପୂଜା ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆସିକା ଯୁବ ଗୋଷ୍ଠୀଙ୍କ ଦ୍ୱାରା ସୁନାମ୍ବ ସାହିରେ ଆୟୋଜିତ ଗଣେଶ ପୂଜାରେ ସାଜସଜ୍ଜା ଓ ମଣ୍ଡପ ଦେଖିବା ପାଇଁ ଗହଳି ଦେଖିବାକୁ ମିଳିଛି ।

ଏହି ପୂଜାରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ କରାଯାଇ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା ମାନେ କଳସୀରେ ଜଳ ସଂଗ୍ରହ କରି ଝାଞ୍ଜ, ଘଣ୍ଟ, ବାଦ୍ୟ ଓ ମୃଦଙ୍ଗ ବଜାଇ ପୂଜା ମଣ୍ଡପକୁ ଆଣିଥିଲେ । ସେଠାରେ କଳସ ସ୍ଥାପନ କରି ବାବା ଗଜାନନଙ୍କର ରୀତିନୀତି ଅନୁସାରେ ପୂଜା ପାଠ ଓ ହୋମଯଜ୍ଞ କରାଯାଇ ପ୍ରଭୂଙ୍କ ମୂର୍ତ୍ତିରେ ଜୀବଦାନ ଦିଆଯାଇଥିଲା । ଏହି ପୂଜାରେ ଆସିକା ଲାଲାଶାସନ ଅଚଂଳର ପଣ୍ଡିତ ରବି ପୁରୋହିତ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପ୍ରଦିପ କୁମାର ମୁନୀ କର୍ତ୍ତା ଦାୟିତ୍ୱରେ ରହିଥିଲେ ।

ଆସିକା ସୁନାମ୍ବ ସାହିର ବାଦଲ ଗୈାଡ, ଶୁଭମ ଗୈାଡ, ଦିପକ କୁମାର ଗୈାଡ, କାହ୍ନା ଗୈାଡ, ଅକ୍ଷୟ କୁମାର ଗୈାଡ, ବିଶ୍ୱଜିତ ପାତ୍ର, ଅଭିଜିତ ପାତ୍ର, ଜୁନିୟର ଦିପକ ଗୈାଡ, ପ୍ରେମସାଇ ପଟ୍ଟନାୟକ, ଇନ୍ଦ୍ରସେନ ମହାନ୍ତି, ସୁମନ ପ୍ରଧାନ, କୁନା ଗୈାଡ, ତୋଫାନ ପ୍ରଧାନ, ଶୁଭମ ଆଚାରୀ, ସିଦ୍ଧାର୍ଥ ବିଷୋୟୀ, ରିଣ୍ଟି ପାଢ଼ୀ, ରାକେଶ, ଆର.ଚିରଞ୍ଜିବି ପାଣ୍ଡିଆନ ପ୍ରମୁଖ ଯୁବ ଗୋଷ୍ଠି ପୂଜା ମଣ୍ଡପ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ।