Ganjam district level organizational conference on behalf of regional Khandayat Odia societyGanjam district level organizational conference on behalf of regional Khandayat Odia society

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଶାନ୍ତି ଶକ୍ତି ଭବନ ନିକଟ ଓଡିଆ ସମାଜ ଗୃହ ଠାରେ ଆଜି କ୍ଷେତ୍ରୀୟ ଖଣ୍ଡାୟତ ଓଡିଆ ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଘୁମୁସର ମଣ୍ଡଳ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ୭ଟି ମଣ୍ଡଳ ଘୁମୁସର, ଗଞ୍ଜାମ, ହୁମ୍ମା, ପ୍ରତାପପୁର, ଆଠଗଡ, କୋଦଳା, ଖଲ୍ଲିକୋଟର କର୍ମକର୍ତ୍ତା ମାନେ ସମ୍ମିଳନୀରେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀ ଘୁମୁସର ମଣ୍ଡଳୀ ସଭାପତି ବିଜୟ କୁମାର ଦଳାଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସଭାପତି ରାଘବ ପରିଡା, କୋଦଳା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ଆଠଗଡ ମଣ୍ଡଳ ସଭାପତି ଜଗବନ୍ଧୁ ଭୋଳ, ଗଞ୍ଜାମ ମଣ୍ଡଳ ସଭାପତି ପିତାମ୍ବର ସ୍ୱାଇଁ, ହୁମ୍ମା ମଣ୍ଡଳ ସଭାପତି ଗାନ୍ଧି ପୋଲାଇ, ଖଲ୍ଲିକୋଟ ମଣ୍ଡଳ ସଭାପତି ଦିନବନ୍ଧୁ ତରାଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସମ୍ମିଳନୀ ଆରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ମଞ୍ଚାସୀନ ସମସ୍ତ ଅତିଥି ଏବଂ ଯୋଗ ଦେଇ ସମସ୍ତ କର୍ମକର୍ତାଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଘୁମୁସର ମଣ୍ଡଳ ସମ୍ପାଦକ ସ୍ୱଦେଶ କୁମାର ଦଳାଇ ସଂଯୋଜନା କରିଥିବା ବେଳେ ଗଞ୍ଜାମ ମଣ୍ଡଳ ସମ୍ପାଦକ ସୋମନାଥ ପୋଲାଇ, ହୁମ୍ମା ସମ୍ପାଦକ ଜ୍ୟୋତିରାଜ ପ୍ରଧାନ, ଗଞ୍ଜାମ ସମ୍ପାଦକ ସଞ୍ଜିବ କୁମାର ନାୟକ, କୋଦଳା ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ଖଲ୍ଲିକୋଟ ସମ୍ପାଦକ ରବିନ୍ଦ୍ର ନାଥ ନାୟକ, ଆଠଗଡ ସମ୍ପାଦକ ଭଗବାନ ପୋଲାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ପୋଲାଇ, ସୁରେଶ ଚନ୍ଦ୍ର ବିଷୋୟୀ, ସିମାଞ୍ଚଳ ପରିଡା, ସନ୍ତୋଷ କୁମାର ପୋଲାଇ, ଶତ୍ରୁଘ୍ନ ଜେନା, ନିରଞ୍ଜନ ପୋଲାଇ, ସାଇରାଜ ଦଳାଇ, ରବିନ୍ଦ୍ର ଦଳାଇ, କାଳୁଚରଣ ଜେନା, ମଣ୍ଡଳ କୋଷାଧ୍ୟକ୍ଷ ସୁଧାଶୁଂ ଶେଖର ବାରିକ ଏବଂ ସହ କୋଷାଧ୍ୟକ୍ଷ ରାମହରୀ ସାହୁ ପ୍ରମୁଖ ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଶିକ୍ଷା ହେଉଛି ଦେଶ ଓ ଜାତିର ପ୍ରକୃତ ମାନଦଣ୍ଡ । ପ୍ରାଥମିକ ଶିକ୍ଷା ହେଉଛି ଆଜିର ଶିକ୍ଷାନୀତିର ଭିତିଭୂମି । ପ୍ରାଥମିକ ଶିକ୍ଷା ସବୁ ସ୍ତରର ଲୋକଙ୍କ ପାଖରେ ପହଁଚିଲେ ସାର୍ବଜନୀନ ହେବାର ଗୈାରବ ହାସଲ ହୋଇଥାଏ । ତେଣୁ ଶିକ୍ଷାନୀତିକୁ ସଫଳ କରାଇବା ପାଇଁ ପ୍ରାଥମିକ ଶିକ୍ଷା ଉପରେ ଅଧିକ ଦୃଷ୍ଟି ଦେବା ପାଇଁ ସମ୍ମିଳନୀରେ ଗୁରୁତ୍ୱାରୋପ ଦିଆଯାଇଥିଲା । ସେହିଭଳି ସମାଜର ଉନ୍ନତି ପାଇଁ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା ।

ବର୍ତ୍ତମାନ ସମୟରେ ମନୁଷ୍ୟର ରୁଚି, ନୀତି ଏବଂ ଗତି ସବୁ କିଛି ବଦଳୁଥିବା ବେଳେ ନାରୀ ଶିକ୍ଷାକୁ ବିକାଶ ଦିଗରେ ଅଗ୍ରଗତି କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହିତ ସାମଜରେ ମାଙ୍ଗଳିକ କାର୍ଯ୍ୟକ୍ରମରେ ନୀତି ନୀୟମକୁ ସୁଦୃଢ କରିବା, ଜନସଂଖ୍ୟାକୁ ନେଇ ଜନଗଣନା ଏବଂ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଶେଷରେ ଛାତ୍ର ଅଶୁଂମାନ ଜେନା ଏବଂ ସୁଶ୍ରୀ ଶ୍ରାବଣୀ ଜେନା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରାଯାଇଥିଲା ।