National Energy Conservation Day was observed at Gunthpada Jagdalpur High SchoolNational Energy Conservation Day was observed at Gunthpada Jagdalpur High School

ଆସିକା,୧୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ସରକାର ଓ ଜାତୀୟ ଶକ୍ତି ଓ ପରିବେଶ ବିଭାଗର ପ୍ରସ୍ତାବକ୍ରମେ ଶକ୍ତି ଦିବସ ରୁପେ ପାଳନ କରାଯାଇଥିଲା । ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମଟାଂପଡା ଗ୍ରାମ ରତ୍ନମାଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣର ଆବଶ୍ୟକତା, ଶକ୍ତିର ସଦୁପଯୋଗ ଓ ଦୂରୁପଯୋଗ ବିଷୟ ଉପରେ ଅବଗତ କରାଯାଇଥିଲା ।

ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସୁନିତା ପରିଚ୍ଚା, ମନ୍ଦାକିନୀ ପ୍ରଧାନ, ସୁଶୀଳ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ଶକ୍ତି କ୍ଲବ ଦାୟିତ୍ୱାଧୀନା ସଂଧ୍ୟାରାଣୀ ବେହେରା, ସହ-ଶିକ୍ଷୟତ୍ରୀ ଇଶ୍ୱରୀ ମହାପାତ୍ର, କନିଷ୍ଠ ସହାୟିକା ଆଶାଲତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶକ୍ତି କ୍ଲବ ସଦସ୍ୟ ମାନଙ୍କୁ ଖାତା, କଲମ, ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶକ୍ତି କ୍ଲବ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାଚୀ ନାୟକ ପ୍ରଥମ ସ୍ଥାନ, ନବମ ଶ୍ରେଣୀ ଛାତ୍ରୀ ଲିପସା ରାଣି ସାହୁ ଦ୍ୱିତୀୟ ସ୍ଥାନ ଏବଂ ନବମ ଶ୍ରେଣୀ ଛାତ୍ର ଆଦିତ୍ୟ ପ୍ରସାଦ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ ନବମ ଶ୍ରେଣୀ ଛାତ୍ର ଜଗନ ଗୈାଡ ପ୍ରଥମ ସ୍ଥାନ, ନବମ ଶ୍ରେଣୀ ଛାତ୍ର ବିନାୟକ ବେହେରା ଦ୍ୱିତୀୟ ସ୍ଥାନ, ଦଶମ ଶ୍ରେଣୀ ଛାତ୍ର ଆୟୁଷ ଗୈାଡ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହୋଇଥିଲେ ।

ବକୃତା ପ୍ରତିଯୋଗିତାରେ ନବମ ଶ୍ରେଣୀ ଛାତ୍ରୀ ସୋନିଆ ରାଣୀ ସାହୁ ପ୍ରଥମ, ଆଦ୍ୟାଶା ଗୈାଡ ଦ୍ୱିତୀୟ ସ୍ଥାନ, ନବମ ଶ୍ରେଣୀ ଛାତ୍ର ଜଗନ ଗୈାଡ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସ୍ଲୋଗାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଦଶମ ଶ୍ରେଣୀ ଛାତ୍ର କାର୍ତିକ ସିୟ, ଦ୍ୱିତୀୟ ସ୍ଥାନରେ ଦଶମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀ ଡାକୁଆ, ତୃତୀୟ ସ୍ଥାନରେ ଦଶମ ଶ୍ରେଣୀ ଛାତ୍ରୀ ଜୟନ୍ତି ସାହୁ କୃତିତ୍ୱ ହାସଲ କରିଥିଲେ । କୁଇଜ ପ୍ରତିଯୋଗିତାରେ ଅଂଶୁମାନ ଗୈାଡ ପ୍ରଥମ ସ୍ଥାନ, ଦିପକ କୁମାର ଗୈାଡ ଦ୍ୱିତୀୟ ସ୍ଥାନ, ସୋମରାଜ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ପ୍ରତିଯୋଗିତାରେ ଜଗନ ଗୈାଡ ଓ ତାଙ୍କ ଦଳକୁ ପ୍ରଥମ ସ୍ଥାନ, ଅଂଶୁମାନ ଗୌଡ ଓ ତାଙ୍କ ଦଳକୁ ଦ୍ୱିତୀୟ ସ୍ଥାନ, ଅମିତ ବିଷୋୟୀ, ଜିତେନ୍ଦ୍ର କୁମାର ବେହେରାଙ୍କୁ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଶେଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଜି.ଆନନ୍ଦ କୁମାର ପାତ୍ର ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ , ଅଭିଭାବକ ଏବଂ ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।