Induction Ceremony of Scouts and Guides Rover Rangers at NBC College, KendupadarInduction Ceremony of Scouts and Guides Rover Rangers at NBC College, Kendupadar

ଆସିକା,୧୭/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଆଜି ସ୍କାଉଟ ଏବଂ ଗାଇଡସ୍ ରୋଭର ରେଞ୍ଜର ମାନଙ୍କ ଦିକ୍ଷା ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ରୋଭର ଲିଡର ସୁଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ରୋଭର ରେଞ୍ଜର ଜିଲ୍ଲା ସଂଗଠକ ମହାଦେବ ରଥ ଯୋଗ ଦେଇ ରୋଭର ମାନଙ୍କୁ ଦିକ୍ଷା ଗ୍ରହଣ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ସେବା ଦିଗରେ ସଙ୍କଳ୍ପବଦ୍ଧ ହେବା ଲାଗି ପରାମର୍ଶ ପ୍ରଦାନ କରାଯାଇଥିଲା । ଭାରତ ସ୍କାଉଟ ଓ ଗାଇଡ ରାଜ୍ୟରେ ଏକ ଉଚ୍ଚ କୋଟିର ଜିଲ୍ଲା ରୁପେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହି ସର୍ବଭାରତରେ ଓଡିଶା ଭାରତ ସ୍କାଉଟ ଓ ଗାଇଡର ଉଲ୍ଲେଖନୀୟ ଅବଦାନ ଉପରେ ମତବ୍ୟକ୍ତ କରିବା ସହ ଏହା ସୁନାମ ବଜାୟ ରଖିବା ପାଇଁ ଦିକ୍ଷା ଗ୍ରହଣ ବେଳେ ଆହ୍ୱାନ ଦିଆଯାଇଥିଲା ।

ଏହି ଉତ୍ସବ ବେଳେ ମନୁ ସ୍ୱାଇଁ, ପ୍ରମୋଦ କୁମାର ଆପଟ, ପଦ୍ମନୀ ମହାରଣା, ସୀତାରାମ ମୂର୍ତି, ରେଞ୍ଜର ଲିଡର ସୁଜାତା ଟେଟେ ଉତ୍ସବରେ ଉପସ୍ଥିତ ରହି ସମସ୍ତ ନୂତନ ଦିକ୍ଷାକାରୀ, ପୁରାତନ ରୋଭରସ୍ ରେଞ୍ଜରସ ସାଙ୍ଗକୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।