ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବନ ମହୋତ୍ସବ ଉଦଯାପିତ

0 789

ଆସିକା,୮/୭ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠି ଶିକ୍ଷା ଅଧିନ ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ବନ ମହୋତ୍ସବ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସେଠୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ସାହୁଙ୍କ ଉପସ୍ଥିତିରେ ଏନସିସି ଏ.ଏନ.ଓ ଥାର୍ଡ ଅଫିସର ଅନୁପ କୁମାର ନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସର ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ଶତାଧିକ ଆମ୍ବ, ଶାଗୁଆନ, ନିମ୍ବ ସାଙ୍ଗକୁ ଔଷଧୀୟ ଚାରା ରୋପଣ କରିଥିଲେ ।

ବର୍ତମାନ ସମୟରେ ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବିରାଟ ପରିବର୍ତନକୁ ଦୃଷ୍ଟିରେ ରଖି ତଥା ବିଶ୍ୱତାପନ ଭଳି ଭୟଙ୍କର ପରିବେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ସବୁଜୀମା ସୃଷ୍ଟି କରିବାର ଆବଶ୍ୟକ ରହିଛି । ତେବେ ଜଳବାୟୁ ପରିବେଶ ସନ୍ତୁଳନ ଅବସ୍ଥାକୁ ଫେରି ଆସିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଦେବଭୂମି ଗ୍ରାମରେ ବୃକ୍ଷ ରୋପଣର ମହତ୍ୱ ଉପରେ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗ୍ରାମର ଗାଡୁଂ ଭାଇ ଓ ନଣ୍ଡା ଭାଇ ସାଙ୍ଗକୁ ବିଦ୍ୟାଳୟର ପୂରାତନ ଛାତ୍ର ବି.ଶ୍ରୀକାନ୍ତ ପାତ୍ର, ସିନିୟର କ୍ୟାଡେଟ ଅମର ବିଷୋୟୀ, ଅମର ପ୍ରସାଦ ମୁନୀ, ସୁରଜ କୁମାର ବିଶ୍ୱାଳ, ସାଗର ବେହେରା, ବି.ଦେବାଶିଷ ପାତ୍ର ଏବଂ ଶତାଧିକ ଛାତ୍ରଛାତ୍ରୀ, ପଚାଂୟତ ବାସୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.