Legal Awareness Camp by Aska Taluk Legal Service CommitteeLegal Awareness Camp by Aska Taluk Legal Service Committee

ଆସିକା,୯/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ତାଲୁକା ଲିଗାଲ ସର୍ଭିସ କମିଟି ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ବେଳେ ଆସିକା ତାଲୁକା ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ପ୍ରବୀର କୁମାର ଚୈାଧୁରୀ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ।

ଆସିକା ଓକିଲ ସଂଘ ସମ୍ପାଦକ ନାରାୟଣ ମୁନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ବୈଠକରେ ମୁନସିଫ ମାଜିଷ୍ଟ୍ରେଟ ଝିଲ୍ଲୀଲିନା ନାୟକ, ପ୍ରଥମ ଶ୍ରେଣୀ ବିଚାରପତି ମୋନାଲି ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ୱେତା ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନାଗରିକର କର୍ତବ୍ୟ ଓ ଅଧିକାର ସମ୍ଭନ୍ଧୀୟ ବହୁ ଆଇନ ଓ ନିୟମ ଉପରେ ଏ.ଡି.ଜି ପ୍ରବୀର କୁମାର ଚୈାଧୁରୀ ଆଲୋକପାତ କରିଥିଲେ । ଆଇନଜୀବୀ ନାରାୟଣ ମୁନୀ ସମ୍ବିଧାନରେ ଥିବା ମୈାଳିକ ଅଧିକାର ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଆମ ସମ୍ବିଧାନରେ ପ୍ରଦାନ କରାଯାଇଥିବା ମୈାଳିକ ଅଧିକାର ଉପରେ ଏକ ଆଇନ ସଚେତନତା ନେଇ ସବଜଜ୍ କୋର୍ଟ ଠାରୁ ବାହାରି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଛବିଳରାମ ମିଶ୍ର, ସୁଧାଶୁଂ ପାଣିଗ୍ରାହି, ବିଦେଶୀ ନାହକ, ଶରତେନ୍ଦୁ ପଣ୍ଡା, ପୂର୍ବତନ ଯୁଗ୍ମ ସମ୍ପାଦକ ଅଜିତ କୁମାର ନାୟକ, ଭି.ଖୋକନ, ପ୍ରିୟାଶୁଂ ପରିଡା, ଅଜିତ କୁମାର ମୁନୀ ସମେତ ବହୁ ବରିଷ୍ଠ ଆଇନଜୀବୀ, ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।