Subhashree stands first in state level university drawing competitionSubhashree stands first in state level university drawing competition

ଆସିକା,୯/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଦୈନିକ ଖବରକାଗଜ ପ୍ରତିତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଭଶ୍ରୀ ବିଶ୍ୱାଳ କୃତିତ୍ୱ ହାସଲ କରିଛନ୍ତି ।

ଆସିକା ବ୍ଲକ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ଶୁଭଶ୍ରୀ ବିଶ୍ୱାଳ ରାଜ୍ୟ ସ୍ତରୀୟ ବିଶ୍ୱବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାର ଏବଂ ଦେଶ ବାହାରର ବିଭିନ୍ନ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଭାରତର ମହାକାଶ ଯାତ୍ରା ଓ ଇସ୍ରୋକୁ ଅଧାର କରି ଚିତ୍ରାଙ୍କନ କରି ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ଭୁବନେଶ୍ୱରରେ ଆୟୋଜିତ ସମାରୋହରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇ.ବିଶ୍ୱେଶ୍ୱର ଟୁଡୁ, ଛତିଶିଗଡ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଶ୍ଚନ୍ଦନ, ଦି ୱେରର ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ, ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟ ଟ୍ରଷ୍ଟି ସାଂସଦ ଡଃ. ଅଚ୍ୟୁତ ସାମନ୍ତ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିର୍ଦ୍ଧେଶକ ଡଃ.ମୋନାଲିସା, କମିଟି ଅଧ୍ୟକ୍ଷ କୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ ବ୍ୟକ୍ତି ବିଶେଷଙ୍କ ଗହଣରେ ଶୁଭଶ୍ରୀ ବିଶ୍ୱାଳଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା । ଶୁଭଶ୍ରୀଙ୍କ କୃତିତ୍ୱ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ପାଣ୍ଡେ ମତବ୍ୟକ୍ତ କରିଥିଲେ । ଏନବିସି ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଶୁଭଶ୍ରୀଙ୍କୁ ଶୁଭେଚ୍ଚା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।