ବଡଗଡରେ ଅବକାରୀ ବିଭାଗ ପକ୍ଷରୁ ମଦ ଧରପକଡ : ୩ ଗିରଫ, ପ୍ରଚୁର ପରିମାଣରେ ଦେଶୀ ମଦ ଜବତ

0 134

ବଡଗଡ,୨୩/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଛତ୍ରପୁର ଅବକାରୀ ସୁପିରିଟେଣ୍ଡେଣ୍ଟ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଧେଶକ୍ରମେ ବଡଗଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ଧରପକଡ ହୋଇଛି ।

ଆସିକା ଅବକାରୀ ରେଞ୍ଜ ଇନ୍ସପେକଟର ଵାଲାକ ବିଶିଙ୍କ ନେତୃତ୍ୱରେ ବଡଗଡ ଅବକାରୀ ଅଞ୍ଚଳ ଅନ୍ତର୍ଗତ ମାଣିକପୁର, ଗଡ ଚିକିଲି, ଜଳି, ଲେଙ୍ଗମା, ପୁରୁଣାଗଡ, ଢଉପଦା ଅଚଂଳରେ ଥିବା ଦେଶୀ ରନ୍ଧା ମଦ ପ୍ରସ୍ତୁତି ଆଡ୍ଡାରେ ଚଢାଉ କରାଯାଇଥିଲା ।

ଏଥିରେ ବଡଗଡ ଥାନା ପୋଲିସ, ସୋରଡା ଅବକାରୀ ପୋଲିସ, ଆସିକା ରେଞ୍ଜ ଅବକାରୀ ପୋଲିସ ଓ ଛତ୍ରପୁର ଷ୍ଟ୍ରାଇକିଙ୍ଗ ଫୋର୍ସ ମିଳିତ ଭାବେ ଚଢାଉ କରିଥିଲେ ।

ଏହି ଚଢାଉ ବେଳେ ଅବକାରୀ ଇନ୍ସପେକ୍ଟର ଷ୍ଟ୍ରାଇକିଙ୍ଗ ଫୋର୍ସ ଅଶୁଂମାନ ଜେନା, ଆସିକା ରେଞ୍ଜ ଅବକାରୀ ଇନ୍ସପେକ୍ଟର ବାଲାକ ବିଶି, ଓ.ଆଇ.ସି ପ୍ରଦିପ କୁମାର ମହାନ୍ତ. ସୋରଡା ଅବକାରୀ ଓ.ଆଇ.ସି ରାକେଶ ଖୁଟିଂଆ, ଏ.ଏସ.ଆଇ କେ. ବାଲାଜୀ ରାଓ ସାମିଲ ଥିଲେ ।

ଏହି ଚଢାଉ ବେଳେ ଅବକାରୀ ପୋଲିସ ଓ ବଡଗଡ ଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଘଟଣା ସ୍ଥଳରୁ ପ୍ରଚୁର ପରିମାଣରେ ଦେଶୀ ରନ୍ଧା ମଦ ଜବତ ଓ ଗୁଡ, ପିଢିଆ ସାର ମିଶ୍ରିତ ପୋଚକୁ ନଷ୍ଟ କରିଥିଲେ । ସେଠାରେ ମଦ ପ୍ରସ୍ତୁତି ବେଳେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଥିଲା ।

ବଡଗଡ ଅବାକରୀ ଅଚଂଳ ଢଉପଦା ଗ୍ରାମର ଭାଗ୍ୟ ନାୟକ, ଗାଣ୍ଡୁ ନାୟକ, ଜଳି ଗ୍ରାମର କବି ନାୟକକୁ ଗିରଫ କରାଯାଇଥିଲା । ସେମାନଙ୍କ ନାମରେ ପୃଥକ ପୃଥକ ଭାବେ ମାମଲା ରୁଜୁ କରାଯାଇଛି । ଏନେଇ ଅବକାରୀ ପି.ଆର କେସ ନମ୍ବର -୭୦/୨୩-୨୪, ୭୧/୨୩-୨୪ ରେ ମାମଲା ରୁଜୁ କରାଯାଇଛି ।

ଆଗାମୀ ଦିନରେ ମଦ ଧରପକଡକୁ ଜୋରଦାର କରି ବେଆଇନ ମଦ ସାଙ୍ଗକୁ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଗଞ୍ଜାମ ଛତ୍ରପୁର ସୁପିରିଟେଣ୍ଡଡେଟଂ ଅବକାରୀ କାର୍ଯ୍ୟାଳରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.